Advertisment

ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହାଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଆରେ ସତ୍ୟପାଠ ଆହ୍ୱାନ କରିଥିଲେ। ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା, ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା। […]

ବଦଳିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

highcourt

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହାଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଆରେ ସତ୍ୟପାଠ ଆହ୍ୱାନ କରିଥିଲେ।
ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା, ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।
ହାଇକୋର୍ଟର ବିଚାରପତି ଜଷ୍ଟିସ ଏ.କେ.ରଥ ମାମଲାର ବିଚାର କରି ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି। କୋର୍ଟଙ୍କ ରାୟ ସରକାରଙ୍କୁ ଝଟକା ହୋଇଛି। ୨୦୧୭ ଅକ୍ଟୋବର ୨୨ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଏପଟେ ସପ୍ତମ ଦିନରେ ଭୁବନେଶ୍ୱର ମାହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଡେଡ୍‌ଲାଇନ ଦେଇଛି ମିଳିତ ମଞ୍ଚ। ଦାବି ପୂରଣ ନହେଲେ ୨୫ରୁ ଆନ୍ଦୋଳକକୁ ବ୍ୟାପକ କରିବାକୁ ମଞ୍ଚ ଚେତାବନୀ ଦେଇଛି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe