ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା କେତେ ରହିବ, ଆଜି ହାଇକୋର୍ଟରେ ହେବ ଶୁଣାଣି

କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଦୁର୍ଗା ପୂଜା ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବହୁ ପୂଜା କମିଟି । ବିଶେଷ କରି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ବେଶି ହେବ ନାହିଁ ବୋଲି ଗାଇଡଲାଇନ୍‌ରେ  କୁହାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ପୂଜା କମିଟି। କଟକ ଦୁର୍ଗା ପୁଜାରେ ମା ଦୁର୍ଗାଙ୍କ ମୂର୍ତ୍ତି କେତେ ଉଚ୍ଚ ହେବ ସେନେଇ ଆଜି ହାଇକୋର୍ଟରେ ଶୁଣାଣି ହେବ । […]

maa

Niharika Rout
  • Published: Wednesday, 16 September 2020
  • , Updated: 16 September 2020, 03:48 PM IST

କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଦୁର୍ଗା ପୂଜା ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବହୁ ପୂଜା କମିଟି । ବିଶେଷ କରି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ବେଶି ହେବ ନାହିଁ ବୋଲି ଗାଇଡଲାଇନ୍‌ରେ  କୁହାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ପୂଜା କମିଟି। କଟକ ଦୁର୍ଗା ପୁଜାରେ ମା ଦୁର୍ଗାଙ୍କ ମୂର୍ତ୍ତି କେତେ ଉଚ୍ଚ ହେବ ସେନେଇ ଆଜି ହାଇକୋର୍ଟରେ ଶୁଣାଣି ହେବ ।

ଗତକାଲି ପୂଜା କମିଟି ସହ ଆଲୋଚନା ପରେ ଆଜି ଏନେଇ ଅଦାଲତରେ ତଥ୍ୟ ଦାଖଲ କରିବେ  କଟକ ଡିସିପି । ତେବେ ମାମଲାର ବିଚାର ଚାଲିଥିବାରୁ ଅଧିକ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ କଟକ ମହାନଗର ଶାନ୍ତି କମିଟି ସମ୍ପାଦକ ।

ଦୁର୍ଗାପୂଜା ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌କୁ ନେଇ ପୂଜା କମିଟିଗୁଡ଼ିକ ଅସନ୍ତୁଷ୍ଟ ଅଛନ୍ତି  । ଏନେଇ ବହୁ  ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।  ଏହାର ଚୁଡାନ୍ତ ଶୁଣାଣି ଆଜି ହୋଇପାରେ ।

ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ ରଖିବାକୁ ଗାଇଡ୍‌ଲାଇନ୍‌ରେ କହିଥିବା ବେଳେ ପୂଜା ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ କରିବାକୁ ତଥା ଚତୁର୍ଥ ପାର୍ଶ୍ୱକୁ ଆଂଶିକ ବନ୍ଦ ରଖିବାକୁ କହିଛନ୍ତି। ଆଉ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବହୁ ପୂଜା କମିଟି।

ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ଆଉ କ’ଣ ରହିଛି, ଜାଣନ୍ତୁ-

  • ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।
  • ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡ଼ା।
  • କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ।
  • ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି।
  • ଏମିତି ବନ୍ଦ ରହିବ ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି।
  • ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ।
  • ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି।
  • ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ।
  • ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
  • କୌଣସି ସଂଗୀତ ବା ମନୋରଂଜନ କାର୍ଯ୍ୟକ୍ରମ କରାଯାଇ ପାରିବନି।
  • ଗାଇଡ୍‌ଲାଇନ୍ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story