Advertisment

Tata Power: ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ୍‌

ଟାଟା ପାୱାର ପକ୍ଷରୁ ଅତିରିକ୍ତ ବିଦ୍ୟୁତ ସୁରକ୍ଷା ଜମା ଆଦାୟ ପ୍ରସଙ୍ଗରେ ଟାଟା ପାୱାର, ଓଇଆରସି ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଛନ୍ତି ହାଇକୋର୍ଟ। ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

author-image
Jitendra Garnayak
HighCourt

ଟାଟା ପାୱାର ପକ୍ଷରୁ ଅତିରିକ୍ତ ବିଦ୍ୟୁତ ସୁରକ୍ଷା ଜମା ଆଦାୟ ପ୍ରସଙ୍ଗରେ ଟାଟା ପାୱାର, ଓଇଆରସି ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଛନ୍ତି ହାଇକୋର୍ଟ। ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତିନି ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

Advertisment

‘ଭଏସ୍‌ ଅଫ୍ କଟକ’ ପକ୍ଷରୁ ସ୍ମାର୍ଟ ମିଟର ଓ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିଲା ଜନସ୍ୱାର୍ଥ ମମାଲା। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡିଶା ବିଦ୍ୟୁତ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ କରି ହାଇକୋର୍ଟରେ ଦାୟର ହୋଇଥିଲା ଏହି ମାମଲା। ସ୍ମାର୍ଟ ମିଟର ଓ ଅତିରିକ୍ତ ସୁରକ୍ଷା ଜମାକୁ ତୁରନ୍ତ ପ୍ରତ୍ୟାହାର କରିବା ନେଇ ଆବଦେନରେ ଦର୍ଶାଯାଇଥିଲା।

ସୁରକ୍ଷା ଜମା ଥାଇ ପୁଣି ଥରେ ହଜାର ହଜାର ଟଙ୍କା ମାଗିବା ଓ ବିଦ୍ୟୁତ୍‌ କାଟିବାକୁ ଧମକ ଦେବା ବେଆଇନ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। ପୂର୍ବରୁ ଟାଟା ପାୱାର ୭,୨୧୫ କୋଟିର ଅତିରିକ୍ତ ଶୁଳ୍କ ଆଦାୟ କରି ବ୍ୟାଙ୍କରେ ରଖିଥିବା ମଧ୍ୟ ଉଲ୍ଲେଖ କରାଯାଇଥିଲା। ବିନା ଗ୍ରାହକ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ସ୍ଥାପନ କରିବା ବେଆଇନ ବୋଲି ପିଟିସନରେ ଉଲ୍ଲେଖ କରିଥିଲେ ଆବଦେନକାରୀ। ଏହି ପ୍ରକ୍ରିୟା ବିଦ୍ୟୁତ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନରେ ଦର୍ଶାଯାଇଥିଲା।

Advertisment