Advertisment

High Court: ଜାତୀୟ ପ୍ରତୀକର ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଆବେଦନକାରୀ ଏଲୋନ ଟ୍ରଷ୍ଟ ପକ୍ଷରୁ ଦାୟର ମାମଲାର ରାୟ ପ୍ରକାଶ କରି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବହୁ ସମୟରେ ଜାତୀୟ ପ୍ରତୀକର ଅପବ୍ୟବହାର ଏବଂ ତ୍ରୁଟିପୂର୍ଣ ବ୍ୟବହାର କରାଯାଉଥିବା ଦର୍ଶାଇ ଏଲୋନ ଟ୍ରଷ୍ଟ ନାମକ ସଂସ୍ଥା ପକ୍ଷରୁ ମାମଲା ଦାୟର କରାଯାଇଥିଲା।

author-image
Jitendra Garnayak
HighCourt

ଜାତୀୟ ପ୍ରତୀକର ଅପବ୍ୟବହାର ଓ ତ୍ରୁଟିପୂର୍ଣ ବ୍ୟବହାର ରୋକିବା ପ୍ରସଙ୍ଗରେ ଗୁରୁବାର ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ।

Advertisment

ଜାତୀୟ ପ୍ରତୀକର ଅପବ୍ୟବହାର ଓ ତ୍ରୁଟିପୂର୍ଣ ବ୍ୟବହାର ରୋକିବା ପାଇଁ ହାଇକୋର୍ଟ ଏକ ରାଜ୍ୟ ସ୍ତରୀୟ ୫ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ, ଶିକ୍ଷା, ଆଇନ, ପଞ୍ଚାୟତରାଜ ଓ ନଗର ଉନ୍ନୟନ ଭଳି ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ତରଫରୁ ଜାତୀୟ ପ୍ରତୀକର ଅପବ୍ୟବହାର କିମ୍ବା ତ୍ରୁଟିପୂର୍ଣ ବ୍ୟବହାର ସମ୍ପର୍କରେ ଅଭିଯୋଗ ଦାଖଲ ପାଇଁ ଏକ ପୋର୍ଟାଲ ଖୋଲାଯିବ। ଏହା ସହିତ ଏକ ହେଲ୍‌ପ ଲାଇନ ନମ୍ବର ଦେବାକୁ କହିଛନ୍ତି। 

ଜାତୀୟ ପ୍ରତୀକର ଅପବ୍ୟବହାର ନେଇ ଯେ କୌଣସି ବ୍ୟକ୍ତି ଏହି ପୋର୍ଟାଲରେ ଅଭିଯୋଗ କରିବାର ୬ ସପ୍ତାହ ମଧ୍ୟରେ ତ୍ରୁଟି ସୁଧାରିବାକୁ କମିଟି ପଦକ୍ଷେପ ଗ୍ରହଣ କରିବ। ଏହାସତ୍ତ୍ୱେ ତ୍ରୁଟି ନ ସୁଧାରିଲେ ସମ୍ପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

Advertisment

ଏହା ସହିତ ଜନସାଧାରଣଙ୍କୁ ଜାତୀୟ ପ୍ରତୀକର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନ କରାଇବାକୁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟକୁ ସମସ୍ତ ସରକାରୀ ବିଭାଗ ଓ ଦେଶର ସମସ୍ତ ହାଇକୋର୍ଟକୁ ଅବଗତ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଏଲୋନ ଟ୍ରଷ୍ଟ ପକ୍ଷରୁ ଦାୟର ମାମଲାର ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବହୁ ସମୟରେ ଜାତୀୟ ପ୍ରତୀକର ଅପବ୍ୟବହାର ଏବଂ ତ୍ରୁଟିପୂର୍ଣ ବ୍ୟବହାର କରାଯାଉଥିବା ଦର୍ଶାଇ ଏଲୋନ ଟ୍ରଷ୍ଟ ନାମକ ସଂସ୍ଥା ପକ୍ଷରୁ ମାମଲା ଦାୟର କରାଯାଇଥିଲା।  

ଜାତୀୟ ପ୍ରତୀକରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ‌ଲେଖା ରହିବା କଥା। କିନ୍ତୁ ଅନେକ ସମୟରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ନଥିବା ଦେଖିବାକୁ ମିଳୁଛି। ସେହିଭଳି ଭାବେ ଅଶୋକ ସ୍ତମ୍ଭକୁ ମଧ୍ୟ ଉପଯୁକ୍ତ ଭାବେ ପ୍ରଦର୍ଶନ କରାଯାଉ ନାହିଁ। ଜାତୀୟ ପ୍ରତୀକ ପ୍ରତି ଏହା ଅସମ୍ମାନ। ଏପରି ଘଟଣା ଗୁଡ଼ିକୁ ଗୁରୁତ୍ୱର ସହିତ ଗ୍ରହଣ କରାଯିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସରକାରୀ ସ୍ତରରେ ନିଆଯିବା କଥା। କିନ୍ତୁ ସରକାରୀ ଉଦାସୀନତା ପାଇଁ ଜାତୀୟ ପ୍ରତୀକର ଅପବ୍ୟବହାର ଘଟଣା ବହୁ ସମୟରେ ଦେଖିବାକୁ ମିଳୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।