ଲୋକଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାପାଳଙ୍କ ଦରମା ବନ୍ଦ

କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଜମି ହରାଇଥିବା ୧୮୮ଜଣ ଗ୍ରାମବାସୀଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାପାଳ ଓ ଅନ୍ୟ ଦୁଇଜଣ ଅଫିସରଙ୍କ ଦରମାକୁ ବନ୍ଦ ରଖିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Odisha High court

ଓଡ଼ିଶା ହାଇକୋର୍ଟ।

Ordigital Desk
  • Published: Monday, 23 January 2023
  • Updated: 24 January 2023, 10:09 AM IST

Sports

Latest News

କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଜମି ହରାଇଥିବା ୧୮୮ଜଣ ଗ୍ରାମବାସୀଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାପାଳ ଓ ଅନ୍ୟ ଦୁଇଜଣ ଅଫିସରଙ୍କ ଦରମାକୁ ବନ୍ଦ ରଖିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଜଳସେଚନ ପ୍ରକଳ୍ପ ପାଇଁ ନିଜ ଜମି ହରାଇଥିବା ୧୮୮ଟି ପରିବାର ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି । ଏହି ଲୋକମାନେ କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାପାଳଙ୍କ ଦରମାକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟର ୨ଜଣିଆ ଖଣ୍ଡପୀଠ ଜଷ୍ଟିସ ବିଆର ଷଡ଼ଙ୍ଗୀ ଓ ଜଷ୍ଟିସ ବିପି ଶତପଥୀ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ଯୋଗୁ ୧୮୮ଜଣ ଗାଁ ଲୋକଙ୍କ ଜମି ଜଳମଗ୍ନ ହୋଇଛି । ଏହି ପ୍ରକଳ୍ପ ପାଇଁ ୧୯୬୧ ମସିହାରେ ସେମାନଙ୍କର ଜମିକୁ ରାଜ୍ୟ ସରକାର ଅଧିଗ୍ରହଣ କରିଥିଲେ । ସେବେଠୁ ଜମି ହରାଇଥିବା ଏହି ଲୋକମାନେ କ୍ଷତିପୂରଣ ପାଇବାକୁ ଦୀର୍ଘ ୬ ଦଶନ୍ଧି ଧରି ପ୍ରୟାସ କରୁଛନ୍ତି । ସେମାନେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଏହି ମାମଲାର ବିଚାର କରି  ପ୍ରଭାବିତ ଜମିହରା ଲୋକେ ନିଜର କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ  ଅନୁଗୋଳ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଫିସର ଓ ଅନୁଗୋଳ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

Also Read

ସୂଚନାଯୋଗ୍ୟ, ଏହି ପ୍ରଭାବିତ ଲୋକମାନେ ଅନୁଗୋଳ ଜିଲ୍ଲାର ୫ଟି ଗାଁର ବାସିନ୍ଦା । ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯୋଗୁ ସେମାନେ ନିଜର ୬୨ଏକର ଜମି ହରାଇଥିଲେ । ଏହି ଜଳସେଚନ ପ୍ରକଳ୍ପ ଯୋଗୁ ଗତ ୫୧ବର୍ଷ ଧରି ସେମାନଙ୍କର ଜମି ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ଜମିର ରେକର୍ଡ ଉକ୍ତ ଗାଁ ଲୋକମାନଙ୍କ ନାଁରେ ରହିଛି । କିନ୍ତୁ ଜଳସେଚନ ପ୍ରକଳ୍ପ ଯୋଗୁ ଜମି ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ରାଜ୍ୟ ସରକାର ଏହି ଜମିକୁ ଅଧିଗ୍ରହଣ କରିବା ନେଇ ବିଜ୍ଞପ୍ତି ଜାରି କରିନାହାନ୍ତି । ପ୍ରଶାସନର ଏଭଳି ଖାମଖିଆଲି ମନୋଭାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନୁଗୋଳ ଜିଲ୍ଲାପାଳ ଓ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରଭାବିତ ଲୋକଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଦରମା ନଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story