Advertisment

୬ ସପ୍ତାହ ମଧ୍ୟରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି। ଆବେଦନକାରୀ ଦର୍ଶାଇଥିଲେ ଯେ ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ପରିଷଦର କାର୍ଯ୍ୟକାଳ ଗତ ୨୦୧୮ରୁ ଶେଷ ହେଲାଣି। ଏହାରି ଭିତରେ ତିନି ବର୍ଷରୁ ଅଧିକ ବିତିଯାଇଥିଲେ ହେଁ ନିର୍ବାଚନ […]

ଆଠଗଡ଼ ଋଣ ଘୋଟାଲା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

orissa-high-court

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି।

Advertisment

ଆବେଦନକାରୀ ଦର୍ଶାଇଥିଲେ ଯେ ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ପରିଷଦର କାର୍ଯ୍ୟକାଳ ଗତ ୨୦୧୮ରୁ ଶେଷ ହେଲାଣି। ଏହାରି ଭିତରେ ତିନି ବର୍ଷରୁ ଅଧିକ ବିତିଯାଇଥିଲେ ହେଁ ନିର୍ବାଚନ କରାଯାଉନାହିଁ। ଏହାଦ୍ୱାରା ଆଇନଜୀବୀ ମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରୁନଥିବା ଆବେଦନରେ ଦର୍ଶାଯାଇଛି।

ଭାରତୀୟ ଆଇନଜୀବୀ ପରିଷଦ(BCI)ଙ୍କ ନିର୍ଦ୍ଦେଶ ମୁତାବକ ଆଇନଜୀବୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିନାହିଁ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ପରିଷଦ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। ତେବେ ପରିଷଦର ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ। ହାଇକୋର୍ଟ ପୁରୁଣା ଭୋଟର ତାଲିକା ଆଧାରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe