Advertisment

ନବ ଦାସ ହତ୍ୟା ମାମଲା: ଗୋପାଳ ଦାସ ସୁରକ୍ଷା ମାମଲା ରଦ୍ଦ, ଘୁଞ୍ଚିଲା ମାନସୀକ ଯାଞ୍ଚ ଶୁଣାଣି

ମାମଲା ବିଚାର ଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

author-image
Niranjan Mishra
ଅଦ୍ୟତନ ହୋଇଛି
Naba Das murder, accused Gopal Das

Naba Das murder, accused Gopal Das

ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ସୁରକ୍ଷା ସଂପର୍କିତ ମାମଲା ହାଇକୋର୍ଟରେ ରଦ୍ଦ ହୋଇଛି। ଅଭିଯୁକ୍ତ ଗୋପାଳ ଓ ତା'ଙ୍କ ପରିବାରକୁ ସୁରକ୍ଷା ଲାଗି ଦାୟର ମାମଲା ଆଜି ରଦ୍ଦ କରିଛନ୍ତି ହାଇକୋର୍ଟ। ମାମଲା ବିଚାର ଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

Advertisment

ଆଇନଜୀବୀ ସୁମନ୍ତ ସ୍ୱାଇଁଙ୍କ ପକ୍ଷରୁ ଗୋପାଳ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବା ନେଇ ହାଇକୋର୍ଟରେ ନିବେଦନ ହୋଇଥିଲା। ମାମଲା ବିଚାର ବେଳେ ଗୋପାଳ ସହ ଆବେଦନକାରୀଙ୍କ କ'ଣ ସମ୍ପର୍କ ବୋଲି ପ୍ରଶ୍ନ କରିଥିଲେ ବିଚାରପତି। ସନ୍ତୋଷଜନକ ଉତ୍ତର ନ ପାଇବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଆବେନକାରୀଙ୍କ ପକ୍ଷରୁ ଦାୟର ମାମଲା ବିଚାର ଯୋଗ୍ୟ ନୁହେଁ ବୋଲି ବିଚାରପତି କହିଥିଲେ।

ସେପଟେ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର NIMASHS ରେ ମାନସିକ ସ୍ଥିତିର ଅଧିକ ଯାଞ୍ଚ ନେଇ କ୍ରାଇମବ୍ରାଞ୍ଚର ଆବେଦନ ଶୁଣାଣି ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆସନ୍ତା ୧କୁ ଘୁଞ୍ଚିଛି। ପୂର୍ବରୁ ଝାରସୁଗୁଡ଼ା JMFC କୋର୍ଟ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ଖାରଜ କରିଥିଲେ। ଫଳରେ ଗତ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ଏନେଇ ଜିଲ୍ଲା ଜଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କ୍ରାଇମବ୍ରାଞ୍ଚର ଏହି ଆବେଦନ ଗ୍ରହଣ କରିଛନ୍ତି ଜିଲ୍ଲା ଦୌରାଜଜ। ତେବେ ଏହାର ଶୁଣାଣିକୁ ଆସନ୍ତା ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

Advertisment

ସେପଟେ ନବ ଦାସ ହତ୍ୟା ମାମଲାକୁ ନେଇ ବିଧାନସଭାରେ ମଧ୍ୟ ଆଜି ସରଗରମ ସ୍ଥିତି ଦେଖିବାକୁ ମିଳିଥିଲା। ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ୧୯୯୨ ମସିହାରେ ବ୍ରହ୍ମପୁରରେ ଚାକିରିରେ ଯୋଗଦେଇଥିଲେ। ୨୦୦୯ରେ ସେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ଝାରସୁଗୁଡ଼ାରେ ନିୟୋଜିତ ଥିଲେ। ସେ ପ୍ରାୟ ୧୩ ବର୍ଷ ଏଠାରେ ବିଭିନ୍ନ ଫାଣ୍ଡି ଓ ଥାନାରେ କାର୍ଯ୍ୟ କରିଛନ୍ତି। କାର୍ଯ୍ୟ କରିବା ଭିତରେ ଭଲ କାମ ପାଇଁ ୧୮ ଥର ଜିଏସ୍‌ ମାର୍କ, ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସାପତ୍ର ପାଇଛନ୍ତି।

High Court Odisha Assembly Naba Das Murder