High Court
ଗତ ଦୁଇମାସ ମଧ୍ୟରେ ରାଜ୍ୟରେ ୭ଟି ଛୁଆ ସମେତ ମୋଟ୍ ୧୮ଟି ହାତୀ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ହାତୀ-ମଣିଷ ଲଢେଇରେ ୨୦ ଜଣ ପ୍ରାଣ ହରାଇଛନ୍ତି। ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଏହି ତଥ୍ୟକୁ ନେଇ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାକୁ ରୋକିବାକୁ ୨ ମାସ ଭିତରେ ଠୋସ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି ହାତୀ କରିଡର ପ୍ରସଙ୍ଗରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଜଙ୍ଗଲ ଅଞ୍ଚଳରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ବିଦ୍ୟୁତ ବିଭାଗକୁ ସ୍ୱତନ୍ତ୍ର ନିର୍ଦେଶ ଦିଆଯାଇଥିବା ବେଳେ ସୌର ଶକ୍ତି ଚାଳିତ ବିଦ୍ୟୁତ ବ୍ୟବହାର କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ୧୯ ତାରିଖରେ ଏହି ମାମଲାର ଶୁଣାଣି ହେବ।
ସୂଚନାରୁ ପ୍ରକାଶ, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ଖାଦ୍ୟ ଅନ୍ୱୋଷଣା ହାତୀମାନେ ଗ୍ରାମାଭିମୁଖି ହେଉଛନ୍ତି। ଯେଉଁଥିପାଇଁ ହାତୀ ଓ ମଣିଷ ଲଢ଼େଇ ହେଉଛି। ଏହି ଲଢ଼େଇରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁ ଘଟୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/High_Court_1682997163.jpg)