/odisha-reporter/media/media_files/2026/02/10/odisha-high-court-2026-02-10-16-47-45.jpg)
ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। PUCC ସମ୍ପର୍କିତ ଜନ ସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ବକେୟା ଚାଲାଣ ପୈଠ ନକଲେ Pollution Under Control Certificate (PUCC) ମିଳିବନି ବୋଲି ସ୍ପଷ୍ଟ ଭାବେ କହିଛନ୍ତି କୋର୍ଟ।
Advertisment
PUCC କରିବାକୁ ହେଲେ ଚାଲାଣ ପୈଠ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ ବକେୟା ଚାଲାଣ ଥିଲେ ପିୟୁସିସି ଆବଦେନ ହୋଇପାରିବନାହିଁ ବୋଲି କୋର୍ଟ କହିଛନ୍ତି।
ଏହାସହିତ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
