Advertisment

ରାସ୍ତାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ। ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଓଡ଼ିଶା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ ଚେତାବନୀ ଦେଇଛି। ୨୦୧୩ ମସିହାର ନିର୍ଦ୍ଦେଶନାମା ଅନୁସାରେ ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୬ ବର୍ଷ କାର୍ଯ୍ୟ କରିବେ। ୬ ବର୍ଷ ପୂରି ଗଲା […]

ଅଦ୍ୟତନ ହୋଇଛି
ରାସ୍ତାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ

teacher1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ। ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଓଡ଼ିଶା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ ଚେତାବନୀ ଦେଇଛି।

Advertisment

publive-image୨୦୧୩ ମସିହାର ନିର୍ଦ୍ଦେଶନାମା ଅନୁସାରେ ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୬ ବର୍ଷ କାର୍ଯ୍ୟ କରିବେ। ୬ ବର୍ଷ ପୂରି ଗଲା ପରେ ସେମାନଙ୍କୁ ନିୟମିତ କରାଯିବାର ନିୟମ ରହିଛି। ହେଲେ ୮ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୩୮୮୫ ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉ ନାହିଁ। ଯାହାକୁ ନେଇ ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ ସଂଘ ଆପତ୍ତି ଉଠାଇଛି। ଏପରିକି ସରକାରଙ୍କ ଟାଳଟୁଳ ନୀତିକୁ ଶିକ୍ଷକମାନେ ବିରୋଧ କରିଛନ୍ତି। ଏଥର ସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe