Advertisment

ଥାନାରେ ଅଭିଯୋଗ କଲେ ମିଳିବ ସିରିଏଲ୍‌ ନମ୍ୱର, ଫୋନ୍‌ରେ ଜାଣିହେବ ମାମଲାର ଷ୍ଟାଟସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ କମିଶନରେଟ୍‌ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁ କି ନମିଳୁ , ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ଏଥିପାଇଁ ଭାୟା ମିଡିଆ ବା କାହାର ସୁପାରିସର ଆବଶ୍ୟକତା ନାହିଁ। ସବୁ ରିପୋର୍ଟ ଅଭ୍ୟର୍ଥନା ଡେସ୍କ ଦାୟିତ୍ୱରେ ଥିବା କନ୍‌ଷ୍ଟେବଳ ରଖିବାକୁ ବାଧ୍ୟ। ଏନେଇ ପୁଲିସ କମିଶନରଙ୍କ ତରଫରୁ ଏକ ବିଧିବଦ୍ଧ ସର୍କୁଲାର ସବୁ ଥାନାକୁ ଜାରି କରାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି […]

ଅଦ୍ୟତନ ହୋଇଛି
ଥାନାରେ ଅଭିଯୋଗ କଲେ ମିଳିବ ସିରିଏଲ୍‌ ନମ୍ୱର, ଫୋନ୍‌ରେ ଜାଣିହେବ ମାମଲାର ଷ୍ଟାଟସ୍‌

Police-bbsr

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ କମିଶନରେଟ୍‌ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁ କି ନମିଳୁ , ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ଏଥିପାଇଁ ଭାୟା ମିଡିଆ ବା କାହାର ସୁପାରିସର ଆବଶ୍ୟକତା ନାହିଁ।

Advertisment

ସବୁ ରିପୋର୍ଟ ଅଭ୍ୟର୍ଥନା ଡେସ୍କ ଦାୟିତ୍ୱରେ ଥିବା କନ୍‌ଷ୍ଟେବଳ ରଖିବାକୁ ବାଧ୍ୟ। ଏନେଇ ପୁଲିସ କମିଶନରଙ୍କ ତରଫରୁ ଏକ ବିଧିବଦ୍ଧ ସର୍କୁଲାର ସବୁ ଥାନାକୁ ଜାରି କରାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି।

ସେ କହିଛନ୍ତି-“ଗାଡ଼ି ଚୋରି, ମୋବାଇଲ ଫୋନ ଚୋରି ଓ ଡକ୍ୟୁମେଣ୍ଟ ହଜି ଯାଇଥିବା ଭଳି ମାମଲାର ରିପୋର୍ଟ ଦେବାକୁ ବାରମ୍ବାର ଲୋକେ ଥାନାକୁ ଦୌଡୁଥିଲେ। ଯାହା ଅଭ୍ୟର୍ଥନା ଡେସ୍କ ପୁନର୍ଗଠନ ପରେ ପ୍ରାୟ ବନ୍ଦ ହୋଇଯିବ। ରିପୋର୍ଟ ଦେବାକୁ ଆସିବା ମାତ୍ରେ ଅଭ୍ୟର୍ଥନା ଡେସ୍କ ରିପୋର୍ଟ ରଖିବା ସହ ଅଭିଯୋଗକାରୀଙ୍କୁ ଅଭିଯୋଗର ନମ୍ବର ଦେବେ। ଥାନାକୁ ନଆସି ଫୋନ କରି ଏହି ନମ୍ବର ଦ୍ୱାରା ରିପୋର୍ଟର ସ୍ଥିତି ଜାଣିପାରିବେ ଅଭିଯୋଗକାରୀ। ନଚେତ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ଥାନା ପକ୍ଷରୁ ରିପୋର୍ଟର ଷ୍ଟାଟସ୍‌ ଜଣାଇ ଦିଆଯିବ। ଅଭିଯୋଗ ଯଦି ଧର୍ତ୍ତବ୍ୟ ଅପରାଧ ଜନିତ ହୋଇଥାଏ, ତେବେ ଥାନା ଅଧିକାରୀ ତଦନ୍ତ ପରେ ଷ୍ଟାଟସ୍‌ ରିପୋର୍ଟ ଜଣାଇବେ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe