Advertisment

Contempt of court: ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

୧୯୮୭ ମସିହାରେ ପୁରୀ କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲେ ସୁଦ୍ଧା ଦୀର୍ଘ ଦଶନ୍ଧି ପରେ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନାହିଁ କିମ୍ବା ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ।

author-image
Jitendra Garnayak
HighCourt

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ। କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।

Advertisment

ଏହି ମାମଲାରେ ଜବାବ ତଲବ କରି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଅଦାଲତ ଅବମାନନା ପାଇଁ ଜିଲ୍ଲାପାଳଙ୍କୁ କାହିଁକି ଦଣ୍ଡିତ କରାଯିବ ନାହିଁ। ଜିଲ୍ଲାପାଳଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ୧୯୮୭ ମସିହାରେ ପୁରୀ କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲେ ସୁଦ୍ଧା ଦୀର୍ଘ ଦଶନ୍ଧି ପରେ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନାହିଁ କିମ୍ବା ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ। ସରକାର ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଚୁପଚାପ ବସି ପଡିଛନ୍ତି। ନା ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ନା ସମ୍ପୃକ୍ତ ଜମି ମାଲିକ ମାନଙ୍କୁ ଜମି ବ୍ୟବହାର କରିବା କିମ୍ବା ବିକ୍ରି କରିବାକୁ ଅନୁମତି ମିଳୁଛି। ଏହାଦ୍ୱାରା ଜମି ମାଲିକ ମାନେ ଅସୁବିଧା ର ସମ୍ମୁଖୀନ ହେଉଥୁବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ଏହାର ବିଚାର କରି ପ୍ରସ୍ତାବିତ ଅଭୟାରଣ୍ୟ ସମ୍ପର୍କରେ ୨୦୨୪ ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ପୂର୍ବରୁ ସମୟ ସୀମା ଧାର୍ଯ୍ୟ କରିଥିଲେ। ଏହା ସତ୍ବେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହା ମଧ୍ୟରେ ବର୍ଷେ ରୁ ଅଧିକ ସମୟ ପରେ ଵି କୌଣସି ନିଷ୍ପତି ନହେବାରୁ କୋର୍ଟଙ୍କ ଆଦେଶ ପାଳନ କରୁନଥିବା ଦର୍ଶାଇ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା।