Advertisment

ସ୍କୁଲ ଫି' ପ୍ରସଙ୍ଗ; ହାଇକୋର୍ଟ ରାଜ୍ୟ ସରକାରଙ୍କୁ କ’ଣ ନିର୍ଦ୍ଦେଶ ଦେଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ।  ସ୍କୁଲ ଫି କେତେ ହ୍ରାସ କରିପାରିବେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସମ୍ପର୍କୀତ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜସ୍ଥାନ, ପଞ୍ଜାବ ଓ ଅନ୍ୟାନ କେତେକ ରାଜ୍ୟ ସରକାର ସ୍କୁଲ ଫି ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତି ଉପରେ ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି। ସତ୍ୟପାଠ […]

ଅଦ୍ୟତନ ହୋଇଛି
ଆଠଗଡ଼ ଋଣ ଘୋଟାଲା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

orissa-high-court

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ।  ସ୍କୁଲ ଫି କେତେ ହ୍ରାସ କରିପାରିବେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସମ୍ପର୍କୀତ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ରାଜସ୍ଥାନ, ପଞ୍ଜାବ ଓ ଅନ୍ୟାନ କେତେକ ରାଜ୍ୟ ସରକାର ସ୍କୁଲ ଫି ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତି ଉପରେ ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି। ସତ୍ୟପାଠ ଜରିଆରେ ଆସନ୍ତା ଡିସେମ୍ୱର ୨ ତାରିଖରେ ଜଣାଇବାକୁ କୋର୍ଟ କହିଛନ୍ତି । ଘରୋଇ ସ୍କୁଲ ଫି ବୃଦ୍ଧି ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ, ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗ୍ରହଣ କରିଥିବା ନିଷ୍ପତ୍ତିକୁ ହାଇକୋର୍ଟ ଲାଗୁ କରନ୍ତୁ ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ଅନ୍ୟପଟେ ୧୯୯୬ ମସିହା ସେପ୍ଟେମ୍ବର ୨୩ ତାରିଖରେ ସରକାର ଜାରୀ କରିଥିବା ଗ୍ୟାଜେଟ୍‌ ବିଜ୍ଞପ୍ତିର ଧାରା ୪ (ଆଇ) ଅନୁଯାୟୀ ଘରୋଇ ସ୍କୁଲ ଫି' ବୃଦ୍ଧି ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି, ଅଭିଭାବକମାନଙ୍କ ସହିତ ଆଲୋଚନା କରି ଫି ବୃଦ୍ଧି କରାଯାଇପାରିବ ଏବଂ ଶିକ୍ଷା ବର୍ଷ ମଝିରେ ଏହା ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା।

Advertisment

ଏ ସବୁ ନିୟମର ଉଲଘଂନ ହେଲେ ସରକାର ଘରୋଇ ସ୍କୁଲ ମାନଙ୍କର ଅନୁମତି ପ୍ରତ୍ୟାହର କରିପାରିବେ ବୋଲି କୁହଯାଇଥିଲା। ଏ ସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ମାଧ୍ୟମରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, କରୋନା ସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ନିମନ୍ତେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ପିଟିସନକୁ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି ଛାଡ଼ ସଂପର୍କୀତ ମାମଲା ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନ୍ସନ୍ ପିଟିସନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ସୂଚନାଯୋଗ୍ୟ,  କରୋନାସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ନିମନ୍ତେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏପରିକି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ବିଭିନ୍ନ ସ୍ଲାବରେ ୩୦ ପ୍ରତିଶତ ପର୍ଯ୍ୟନ୍ତ  ଫି କମାଇବା ନେଇ ସୁପାରିଶ କରାଯାଇଥିଲା।

ଆଗକୁ ପଢନ୍ତୁ:  ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଓ ଶିଳ୍ପ ସଚିବ

Odia News Odisha News School Fee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe