Advertisment

Anubhav vs Varsha: ଅନୁଭବଙ୍କୁ ହାଇକୋର୍ଟ ଝଟକା; କୋର୍ଟରେ ଚାଲିବ ମାମଲା

ମାମଲାରୁ ବାଦ୍‌ ଦେବା ପାଇଁ ଅନୁଭବ କରିଥିବା ଡିସଚାର୍ଜ ପିଟିସନ ଉପରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ଅନୁଭବ ଓ ତାଙ୍କର ଅନ୍ୟ ଦୁଇ କର୍ମଚାରୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବା ସହ ବିଚାର ଚାଲିବ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି।

Anubhab and Varsa
Advertisment

ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢ଼ିଲା। ପ୍ରଥମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାନସିକ ନିର୍ଯାତନା ଦେବା ମାମଲାରେ ତାଙ୍କ ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଫଳରେ ଏବେ ତାଙ୍କ ନାଁରେ ନିମ୍ନ ଅଦାଲତରେ ଚାଲିବ ମାମଲା।

Advertisment

ମାମଲାଟି କ’ଣ?
ବର୍ଷା ଓ ଅନୁଭବ ପାରିବାରିକ ବିବାଦ ଚାଲିଥିଲା ବେଳେ ବର୍ଷା ଅନୁଭବଙ୍କ ଘରେ ରହୁଥିଲେ। ସେହି ସମୟରେ ଅନୁଭବ ଓ ତାଙ୍କର ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ତାଙ୍କୁ ଏହି ତିନି ଜଣ ମାନସିକ ନିର୍ଯାତନା ଦେଉଥିବା ନେଇ ସେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିଥିଲା ପୁଲିସ। ତେବେ ଏହି ମାମଲାକୁ ଖାରଜ କରିବାକୁ ଅନୁଭବ ନିମ୍ନ ଅଦାଲତରେ ଡିସ୍‌ଚାର୍ଜ ପିଟିସନ ଦାୟର କରିଥିଲେ। ନିମ୍ନ ଅଦାଲତ ଅନୁଭବଙ୍କ ଆବେଦନକୁ ଖାରଜ କରିବା ସହ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ସେହି ନିର୍ଦ୍ଦେଶକୁ ଖାରଜ କରିବାକୁ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କ’ଣ କହିଲେ ହାଇକୋର୍ଟ
ମାମଲାରୁ ବାଦ ଦେବା ପାଇଁ ଅନୁଭବ କରିଥିବା ଡିସଚାର୍ଜ ପିଟିସନ ଉପରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ଅନୁଭବଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେବା ସହିତ ତାଙ୍କ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲାର ବିଚାର ନିମ୍ନ ଅଦାଲତରେ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି।  ଅନୁଭବ ଓ ତାଙ୍କର ଅନ୍ୟ ଦୁଇ କର୍ମଚାରୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବା ସହ ବିଚାର ଚାଲିବ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି।

Advertisment

ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷା ପୁରୀ ଘାଟ ଥାନାରେ ତାଙ୍କ ନାଁରେ ଗୋଟିଏ ଏଫଆଇଆର ଦାଖଲ କରିଥିଲେ। ବର୍ଷାଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହେବା ପୂର୍ବରୁ ଯେଉଁ ଚାର୍ଜ ଫ୍ରେମ ହୋଇଥିଲା, ସେଗୁଡ଼ିକ ତାଙ୍କ ବିପକ୍ଷରେ ଲାଗୁ ନ କରିବାକୁ ଅନୁଭବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଥିପାଇଁ ସେ ଏକ ଡିସ୍‌ଚାର୍ଜ ପିଟିସନ ଦାଖଲ କରିଥିଲେ। ଏହା ଉପରେ ଶୁଣାଣି ହୋଇଥିଲା। ବର୍ଷାଙ୍କ ପକ୍ଷରୁ ଆମେ କୋର୍ଟରେ ଜବାବ ଦାଖଲ କରିଥିଲୁ। କୋର୍ଟରେ ଶୁଣାଣି ପରେ ରାୟ ସଂରକ୍ଷିତ ଥିଲା। ଆଜି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଅନୁଭବଙ୍କ ପିଟିସନଟି ଖାରଜ ହୋଇଯାଇଛି। ଏବେ ତଳ କୋର୍ଟରେ ପୁଣି ମାମଲାର ଶୁଣାଣି ଚାଲିବ।     

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe