UPSC
ପୁଣି ଥରେ ୟୁପିଏସ୍ସି କୋଚିଂ ଦେବ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଆଶାୟୀଙ୍କୁ ଚୟନ କରି କୋଚିଂ ଦିଆଯିବ। କୋଚିଂ ଦେବା ସମୟରେ ଆଶାୟୀମାନେ ରହିବା ସୁବିଧା ମଧ୍ୟ ପାଇବେ। ଏଣ୍ଟ୍ରାନ୍ସ ଟେଷ୍ଟ ମାଧ୍ୟମରେ ଆଶାୟୀଙ୍କୁ ଚୟନ କରାଯିବ। ଫେବୃଆରୀ ୨୬ରେ ହେବ ଏଣ୍ଟ୍ରାନ୍ସ ଟେଷ୍ଟ। ଏନେଇ ସାମ୍ସ ପୋର୍ଟାଲରେ ମଡେଲ ଡେଭଲପ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଓସିଏସ୍ସିକୁ ଆଜି ଚିଠି ଲେଖିଛି। ଯାହାକୁ ନେଇ ପୁଣି ୟୁପିଏସ୍ସି କୋଚିଂ ନେଉଥିବା ଆଶାୟୀଙ୍କ ଭିତରେ ଉତ୍ସାହ ପ୍ରକାଶ ପାଇଛି।
ସୂଚନା ଥାଉ କି ପୂର୍ବରୁ ଦୁଇ ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କିନ୍ତୁ ତାହା ସଫଳ ହୋଇନି। ଓଡ଼ିଆଙ୍କ ପ୍ରଦର୍ଶନ ୟୁପିଏସ୍ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ପଦକ୍ଷେପ ନେଉଛି। କିନ୍ତୁ ଏଯାଏ ସୁଫଳ ମିଳୁନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/UPSC_1675439858.jpg)