/odisha-reporter/media/post_attachments/uploads/2020/07/bbsr-2200.jpg)
bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର କରାଯିବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
Advertisment
ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ସଚିବ ତାଗିଦ୍ କରିଛନ୍ତି। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କଠାରୁ ଗାଡ଼ି ପ୍ରତ୍ୟାହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
