/odisha-reporter/media/post_attachments/uploads/2020/07/corona-11-2.jpg)
corona-11
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି।
https://twitter.com/HFWOdisha/status/1283360524520939521?s=20
୧୫ ଜୁଲାଇ ବୁଧବାର ଅର୍ଥାତ ଆଜି ସୁଦ୍ଧା ମୋଟ ୧୦,୪୭୬ ଜଣ ଆରୋଗ୍ୟ ହେଲେଣି। ଆରୋଗ୍ୟଙ୍କ ମଧ୍ୟରୁ ୨୭୦ ଜଣ ଗଞ୍ଜାମରୁ, ୪୮ ଜଣ କେଉଁଝରରୁ ଏବଂ ୩୫ ଜଣ ଗଜପତିରୁ। ସେହିଭଳି ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟରୁଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରରୁ ୧୦, ବରଗଡ଼ରୁ ୬, ପୁରୀରୁ ୬, ବଲାଙ୍ଗୀରରୁ ୫, କେନ୍ଦ୍ରାପଡ଼ାରୁ ୩ ଜଣ, କଳାହାଣ୍ଡି ଓ କନ୍ଧମାଳରୁ ୨ ଜଣ ଲେଖାଏ ଏବଂ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
