ଆଜି ଆରୋଗ୍ୟ ଲାଭ କଲେ ୬୧୨ କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି। 31 from Balasore 28 from Khurda25 from Nayagarh 20 from Jajpur 15 from Mayurbhanj 10 from Cuttack 10 from Koraput 10 from Jagatsinghpur 6 from Baragarh […]

corona-11

Subrat Kumar Nayak
  • Published: Wednesday, 15 July 2020
  • , Updated: 15 July 2020, 05:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି।
https://twitter.com/HFWOdisha/status/1283360524520939521?s=20

୧୫ ଜୁଲାଇ ବୁଧବାର ଅର୍ଥାତ ଆଜି ସୁଦ୍ଧା ମୋଟ ୧୦,୪୭୬ ଜଣ ଆରୋଗ୍ୟ ହେଲେଣି। ଆରୋଗ୍ୟଙ୍କ ମଧ୍ୟରୁ ୨୭୦ ଜଣ ଗଞ୍ଜାମରୁ, ୪୮ ଜଣ କେଉଁଝରରୁ ଏବଂ ୩୫ ଜଣ ଗଜପତିରୁ। ସେହିଭଳି ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟରୁଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରରୁ ୧୦, ବରଗଡ଼ରୁ ୬, ପୁରୀରୁ ୬, ବଲାଙ୍ଗୀରରୁ ୫, କେନ୍ଦ୍ରାପଡ଼ାରୁ ୩ ଜଣ, କଳାହାଣ୍ଡି ଓ କନ୍ଧମାଳରୁ ୨ ଜଣ ଲେଖାଏ ଏବଂ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।

Related story