Advertisment

ବୁଧବାର ଓଡ଼ିଶାରେ ୧୧୯୭ ନମୁନା ପରୀକ୍ଷା, ସବୁ ନେଗେଟିଭ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ୧୫ ଏପ୍ରିଲ ଓଡ଼ିଶା କରୋନା ଲଢ଼େଇ ପାଇଁ ଏକ ବଡ଼ ଦିନ ସାବ୍ୟସ୍ତ ହୋଇଛି। ବୁଧବାର ଦିନ ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା ହୋଇଛି। ତେବେ ସମସ୍ତ ନମୁନା ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। It is indeed a pleasure to share that today we tested 1197 samples for COVID-19, the highest so far. […]

ଅଦ୍ୟତନ ହୋଇଛି
ଓଡ଼ିଶାରେ କରୋନା ପଜିଟିଭ୍‌ ହାର ୧.୪୭%, ଭେଣ୍ଟିଲେଟରରେ ୨ ରୋଗୀ

cccc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ୧୫ ଏପ୍ରିଲ ଓଡ଼ିଶା କରୋନା ଲଢ଼େଇ ପାଇଁ ଏକ ବଡ଼ ଦିନ ସାବ୍ୟସ୍ତ ହୋଇଛି। ବୁଧବାର ଦିନ ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା ହୋଇଛି। ତେବେ ସମସ୍ତ ନମୁନା ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
https://twitter.com/HFWOdisha/status/1250488095566213120?s=20
ବର୍ତ୍ତମାନ ସୁଦ୍ଧା ୬୭୩୪ ନମୁନା ପରୀକ୍ଷା ହୋଇଛି। ଏଥିରୁ ୬୬୭୪ ନମୁନା ନେଗେଟିଭ୍‌ ଆସିଛି। ମୋଟ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଏଯାଏ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ମଧ୍ୟ ୪୦ ଜଣଙ୍କଠାରେ କରୋନା ଭୁତାଣୁ ସକ୍ରିୟ ରହିଛି। ଅନ୍ୟପକ୍ଷରେ ବୁଧବାରର ଅନ୍ୟ ଏକ ସଫଳତା ସ୍ୱରୂପ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବ୍‌ ଶୀଘ୍ର ଡିସଚାର୍ଜ କରାଯିବ।

Advertisment

ସାରେ ଦେଶରେ କରୋନା ସ୍ଥିତି ବର୍ତ୍ତମାନ ମଧ୍ୟ ଗମ୍ଭୀର ରହିଛି। ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୩୯ରେ ପହଞ୍ଚିଥିବାବେଳେ ଏହି କାରଣରୁ ମୃତ୍ୟୁ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି। ଏଥିରୁ କେବଳ ମହାରାଷ୍ଟ୍ରରେ ୧୭୮ ଜୀବନ ଯାଇଛି। ଏହାପଛକୁ ମଧ୍ୟପ୍ରଦେଶରେ ୫୦, ଦିଲ୍ଲୀରେ ୩୦ ଏବଂ ଗୁଜରାଟରେ ୨୮ ଜୀବନ ଗଲାଣି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୦୧କୁ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe