Advertisment

ହିଞ୍ଜିଳିକାଟୁରେ ପଶି ପାରିଲେନି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ଦାବି ପୂରଣ ନ ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇ ସମାବେଶ କରିବାକୁ ଆଜି ଉଦ୍ୟମ କରିଥିଲା ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ସଂଘ। ତେବେ ସେମାନଙ୍କ ବାଟ ଓଗାଳି ଥିଲା ପୋଲିସ୍। ହିଞ୍ଜିଳିକାଟୁର ସମସ୍ତ ପ୍ରବେଶ ପଥ ପୋଲିସ୍ ଛାଉଣୀ ପାଲଟି ଯାଇଛି। ପୋଲିସ୍‌ର ପ୍ରତିରୋଧ ଯୋଗୁଁ ବ୍ଲକଗ୍ରାଣ୍ଟ୍ ଶିକ୍ଷକମାନେ ହିଞ୍ଜିଳିକାଟୁରେ ପ୍ରବେଶ କରି ପାରି ନାହାନ୍ତି। ଫଳରେ ଶିକ୍ଷକମାନେ ଆସିକାରେ ଏକାଠି ହୋଇଛନ୍ତି। ହିଞ୍ଜିଳିକାଟୁରେ […]

ହିଞ୍ଜିଳିକାଟୁରେ ପଶି ପାରିଲେନି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ

police

Advertisment

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ଦାବି ପୂରଣ ନ ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇ ସମାବେଶ କରିବାକୁ ଆଜି ଉଦ୍ୟମ କରିଥିଲା ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକ ସଂଘ। ତେବେ ସେମାନଙ୍କ ବାଟ ଓଗାଳି ଥିଲା ପୋଲିସ୍। ହିଞ୍ଜିଳିକାଟୁର ସମସ୍ତ ପ୍ରବେଶ ପଥ ପୋଲିସ୍ ଛାଉଣୀ ପାଲଟି ଯାଇଛି। ପୋଲିସ୍‌ର ପ୍ରତିରୋଧ ଯୋଗୁଁ ବ୍ଲକଗ୍ରାଣ୍ଟ୍ ଶିକ୍ଷକମାନେ ହିଞ୍ଜିଳିକାଟୁରେ ପ୍ରବେଶ କରି ପାରି ନାହାନ୍ତି। ଫଳରେ ଶିକ୍ଷକମାନେ ଆସିକାରେ ଏକାଠି ହୋଇଛନ୍ତି।

Advertisment

ହିଞ୍ଜିଳିକାଟୁରେ ସମାବେଶ କରିବାକୁ ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକମାନେ ପୂର୍ବରୁ ଘୋଷଣା କରି ଥିଲା। ୨୦ ହଜାରୁ ଅଧିକ ଶିକ୍ଷକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ ହିଞ୍ଜିଳି ଅଭିମୁଖେ ଯାତ୍ରା ଆରମ୍ଭ କରି ଥିଲେ। ନିଷ୍ପତ୍ତି ପ୍ରକାରେ ଆଜି ଏହି ଶିକ୍ଷକମାନେ ସକାଳ ୧୧ଟାରେ ଗଇଛବଣିଆ ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ହିଞ୍ଜିଳି ବ୍ଲକ୍ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥାଆନ୍ତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe