Advertisment

‘ସବୁ ନଦୀର ଜଳସ୍ତର ବଢ଼ିଛି, ହେଲେ ବନ୍ୟା ଆଶଙ୍କା ନାହିଁ‘

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଗି ରହିଛି ପ୍ରବଳ ବର୍ଷା। ଆଗାମୀ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଭଳି ପରିସ୍ଥିତିରେ ନଦୀମାନଙ୍କ ଜଳସ୍ତର ବୃଦ୍ଧି ପାଇଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ତେଣେ ହୀରାକୁଦ ଡ୍ୟାମ୍ ଜଳସ୍ତର ବଢ଼ିଥିବାରୁ ଏହାର ୨୦ଟି ଗେଟ୍ ଖୋଲା ଯାଇଛି, ଯାହା ବନ୍ୟା ଆଶଙ୍କାକୁ ବଢ଼ାଇଛି। ହେଲେ ସରକାରଙ୍କ ପକ୍ଷରୁ କୁହାଯାଇଛି ବନ୍ୟା ଆଶଙ୍କା ନାହିଁ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ […]

ଅଦ୍ୟତନ ହୋଇଛି
‘ସବୁ ନଦୀର ଜଳସ୍ତର ବଢ଼ିଛି, ହେଲେ ବନ୍ୟା ଆଶଙ୍କା ନାହିଁ‘

Hirakuda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଗି ରହିଛି ପ୍ରବଳ ବର୍ଷା। ଆଗାମୀ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଭଳି ପରିସ୍ଥିତିରେ ନଦୀମାନଙ୍କ ଜଳସ୍ତର ବୃଦ୍ଧି ପାଇଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ତେଣେ ହୀରାକୁଦ ଡ୍ୟାମ୍ ଜଳସ୍ତର ବଢ଼ିଥିବାରୁ ଏହାର ୨୦ଟି ଗେଟ୍ ଖୋଲା ଯାଇଛି, ଯାହା ବନ୍ୟା ଆଶଙ୍କାକୁ ବଢ଼ାଇଛି। ହେଲେ ସରକାରଙ୍କ ପକ୍ଷରୁ କୁହାଯାଇଛି ବନ୍ୟା ଆଶଙ୍କା ନାହିଁ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ବିଜୟ କୁମାର ମିଶ୍ର କହିଛନ୍ତି, ସବୁ ନଦୀର ଜଳସ୍ତର ବଢ଼ିଥିଲେ ହେଁ ବନ୍ୟା ଆଶଙ୍କା ନାହିଁ।

Advertisment

ଇଆଇସି ଶ୍ରୀ ମିଶ୍ର କହିଛନ୍ତି, ଆଗକୁ ମଧ୍ୟ ପ୍ରବଳ ବର୍ଷା ହେବ। ତେଣୁ ପରିସ୍ଥିତି ଉପରେ ନଜର ରହିଛି। କେବଳ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି। ଅନ୍ୟ ନଦୀରେ ବନ୍ୟାଜଳ ସ୍ୱାଭାବିକ ରହିଛି। ମୁଣ୍ଡଳି ଠାରେ ଆଜି ୩.୪୭ କ୍ୟୁସେକ୍ ଜଳ ପ୍ରବାହ ହେଉଛି। ହୀରାକୁଦର ୨୦ଟି ଗେଟ୍ ଖୋଲା ରହିଥିଲେ ହେଁ ଏହି ପାଣି ଏଯାଏଁ ନଦୀମାନଙ୍କରେ ଆସିନି। ହୀରାକୁଦ ପାଣି ଆସିଲା ବେଳକୁ ଏହି ନଦୀମାନଙ୍କରେ ଥିବା ପାଣି ଖସି ଯାଇଥିବ। ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ। ପୂର୍ଣ୍ଣିମା ମଧ୍ୟ ସେତେବେଳକୁ ଚାଲି ଯାଇଥିବ, ତେଣୁ ସମୁଦ୍ର ପାଣି ଭିଡ଼ିବ। ଛତିଶଗଡ଼ରେ ମଧ୍ୟ ବର୍ଷାର ପ୍ରଭାବ କମିଛି। ଏବେ ହୀରାକୁଦକୁ ୪ କ୍ୟୁସେକ୍ ଜଳ ପ୍ରବାହ ହେଉଛି। ତଥାପି ବିଭାଗୀୟ କର୍ମଚାରୀ ସଜାଗ ରହିଛନ୍ତି।

ହୀରାକୁଦ ଡ୍ୟାମ ଖୋଲିବା ନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ମହାନଦୀ ଶଯ୍ୟା ଓ ହୀରାକୁଦ ତଳ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି। ତେଣୁ ତଳ ଅଞ୍ଚଳରେ ନଦୀ ଶଯ୍ୟାକୁ ଲୋକେ ନ ଯିବା ଉଚିତ। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ମାଇକ ଯୋଗେ ପ୍ରଚାର ହୋଇଛି। ଆବଶ୍ୟକ ହେଲେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଛନ୍ତି।

Advertisment

ପାଣିପାଗ ବିଭାଗ ସୂଚନା ମୁତାବକ, ପଶ୍ଚିମ ମିଆଁମାର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୨୪ ଘଣ୍ଟା ଭିତରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଦେଖାଦେଇଛି। ଲଘୁଚାପ ସୃଷ୍ଟି ହେଲେ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୧୩ ଓ ୧୪ ତାରିଖରେ ୩୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏନେଇ ସମସ୍ତ ଜିଲ୍ଲାଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି। ୧୫ରୁ ବର୍ଷାର ପରିମାଣ କମିବ। ତେବେ ୧୫ ଯାଏଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯାଇ ମାଛ ମାରିବାକୁ ବାରଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe