Advertisment

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ଆଜି ଖୋଲିଲା ୪ଟି ଗେଟ୍। ଗତକାଲି ୧୦ଟି ଗେଟ୍ ଖୋଲିଥିବା ବେଳେ ଆଜି ୪ଟି ମିଶି ମୋଟ ୧୪ଟି ଗେଟ୍ ଖୋଲାଯାଇଛି।  ହୀରାକୁଦ ଜଳଭଣ୍ଡାରର ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଏବେ ଡ୍ୟାମକୁ […]

ଅଦ୍ୟତନ ହୋଇଛି
ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍‌

samblpur

Advertisment

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ଆଜି ଖୋଲିଲା ୪ଟି ଗେଟ୍। ଗତକାଲି ୧୦ଟି ଗେଟ୍ ଖୋଲିଥିବା ବେଳେ ଆଜି ୪ଟି ମିଶି ମୋଟ ୧୪ଟି ଗେଟ୍ ଖୋଲାଯାଇଛି।  ହୀରାକୁଦ ଜଳଭଣ୍ଡାରର ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି।

Advertisment

ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଏବେ ଡ୍ୟାମକୁ ୩,୯୭,୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୭ ଫୁଟ୍ ରହିଛି।

ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା।  ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା।  ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା। ଫଳରେ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe