/odisha-reporter/media/post_attachments/uploads/2020/08/561.jpg)
hirakud
ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅଧିକରୁ ଅଧିକ ଜଳ ପ୍ରବେଶ କରୁଛି। ଫଳରେ ହୀରାକୁଦ ଡ୍ୟାମ୍ର ପୁଣି ୨ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ୍ ୪୪ଟି ଗେଟ୍ ଦେଇ ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ ହେଉଛି। ଏହା ପୂର୍ବରୁ ଆଜି ସକାଳେ ହୀରାକୁଦ ଡ୍ୟାମରୁ ୪୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା।
Advertisment
ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତନ ୬୨୬.୨୭ ରହିଛି। ଡ୍ୟାମକୁ ୮, ୫୩, ୨୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍ରୁ ୬, ୯୪, ୨୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
