Advertisment

Historical Decision: ଏଣିକି ସହଜ ହେବ ପଟ୍ଟା ସଂଶୋଧନ, ତହସିଲଦାରଙ୍କୁ ମିଳିଲା କ୍ଷମତା

ପୁରୁଣା ପଞ୍ଜିକୃତ କବଲା(Registered Sale Deed) କିମ୍ବା ଅନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡରେ ସଂଶୋଧନ ନିମନ୍ତେ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଂଟ୍ ରୁଲସରେ ସଂଶୋଧନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

author-image
Prakaash Sethi
Chief-minister-Mohan-Majhi

ରାଜ୍ୟରେ ଜମି କ୍ରେତା ଓ ବିକ୍ରେତାମାନଙ୍କର ଦୀର୍ଘଦିନର ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ପଞ୍ଜିକୃତ କବଲା(Registered Sale Deed) କିମ୍ବା ଅନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡରେ ସଂଶୋଧନ ନିମନ୍ତେ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଂଟ୍ ରୁଲସରେ ସଂଶୋଧନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ(CM Mohan Charan Majhi) ଅନୁମୋଦନ କରିଛନ୍ତି ।

Advertisment

ତହସିଲଦାରଙ୍କୁ କ୍ଷମତା ପ୍ରଦାନ, ବର୍ଷବର୍ଷର ଅପେକ୍ଷାର ଅନ୍ତ

ଏବେ ପ୍ରଚଳିତ ପ୍ରାବଧାନ ଅନୁସାରେ, ବନେ୍ଦାବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣାଯାଇଥିବା ଜମିର ଜମି ପଟ୍ଟା (RoR) କ୍ରେତାଙ୍କ ନାମରେ ନଥିଲେ, ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ (Revision Court)ରେ ଅପିଲ କରିବାକୁ ପଡୁଥିଲା । ମାତ୍ର ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ସମ୍ପୃକ୍ତ କୋର୍ଟରେ ପଡ଼ି ରହୁଥିଲା,ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ବେଶ୍ ସମସ୍ୟା ଭୋଗିବାକୁ ପଡ଼ୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା ଆଜି ଏହି ନିଷ୍ପତ୍ତି ପରେ  ଏଭଳି ମାମଲାରେ ଜମି ପଟ୍ଟାକୁ କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସମ୍ପୃକ୍ତ ତହସିଲଦାରମାନେ ସିଧାସଳଖ କ୍ଷମତାପ୍ରାପ୍ତ ହେବେ । ଏହି ସଂଶୋଧନ ବା ପରିବର୍ତ୍ତନ ଯୋଗୁ ଏସବୁ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

କ୍ରେତାଙ୍କ ପାଇଁ ଜମି ପଟ୍ଟା ପାଇବା ହେଲା ସହଜ

ଏହି ନୂଆ ନିୟମ ଫଳରେ ଯେଉଁ କ୍ରେତାମାନେ ବନେ୍ଦାବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ ଜମି କିଣିଛନ୍ତି, ସେମାନେ ଉକ୍ତ ଜମିର ପଟ୍ଟା ନିଜ ନାମରେ କରିବା ପାଇଁ ସିଧାସଳଖ ସମ୍ପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ଆଉ ସେମାନଙ୍କୁ ରାଜସ୍ୱ ପର୍ଷଦ କିମ୍ବା ରିଭିଜନ କୋର୍ଟରେ ଅପିଲ କରିବାକୁ ପଡ଼ିବ ନାହିଁ । ଏହାଦ୍ୱାରା ସମୟ ସଂଚୟ ହେବା ସହ ଜମିଜମା ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟା ମଧ୍ୟ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ ହୋଇପାରିବ । 

Advertisment

ଏହି ସଂଶୋଧନ ଫଳରେ ରାଜ୍ୟ(Odisha)ରେ ଭୂସମ୍ପତ୍ତି ମାଲିକାନା ବ୍ୟବସ୍ଥାରେ ଏକ ବଡ଼ଧରଣର ସୁଧାର ଆସିପାରିବ । ତହସିଲସ୍ତରରେ କ୍ଷମତଦା ପ୍ରଦାନ କରାଯିବାରୁ ସାଧାରଣ ଲୋକଙ୍କୁ ଆଉ ସେମାନଙ୍କ ଜମିଜମା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ଇବ ନାହିଁ ତଥା ଗ୍ରାମାଂଚଳ ଓ ସହରାଂଚଳର ହଜାର ହଜାର ଜମି କ୍ରେତାଙ୍କୁ ମଧ୍ୟ ଏହା ଆଶ୍ୱସ୍ତି ଆଣିଦେବ ।

Odisha CM Mohan Charan Majhi