Advertisment

ପୁଲିସ୍‌ ପଞ୍ଝାରେ ହାଇଟେକ୍‌ ଲୁଟେରା: ସୁନା ଗହଣା ସହ ଚୋରି କରୁଥିଲା ମହିଳାଙ୍କ ଅନ୍ତଃବସ୍ତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ପଞ୍ଝାରେ ହାଇଟେକ ଲୁଟେରା। ସମସ୍ତଙ୍କୁ ଚକମା ଦେଇ ରାଜଧାନୀରୁ ସିରିଜ ଲୁଟ କରୁଥିବା ଜଣେ ପେଶାଦାର ଅପରାଧୀକୁ ପୁଲିସ୍‌ ଶେଷରେ ଗିରଫ କରିବାକୁ ସକ୍ଷମ ହୋଇଛି। ସେ ଲୋକଙ୍କ ଘରୁ କେବଳ ସୁନା ଗହଣା ଚୋରି କରୁ ନଥିଲା। ବରଂ ଘରେ କଳା କନା ବୁଲାଇବା ପରେ ମହିଳାଙ୍କ ଅନ୍ତଃବସ୍ତ୍ରକୁ ଚମ୍ପଟ ମାରୁଥିଲା। ଗିରଫ ଯୁବକ ଜଣକ ହେଲା ସଞ୍ଜୟ ନିଶଙ୍କ। ତା’ ଘର ଖୋର୍ଦ୍ଧାର ଅଟ୍ରୀ ଅଞ୍ଚଳରେ। ସେ […]

ଅଦ୍ୟତନ ହୋଇଛି
ପୁଲିସ୍‌ ପଞ୍ଝାରେ ହାଇଟେକ୍‌ ଲୁଟେରା: ସୁନା ଗହଣା ସହ ଚୋରି କରୁଥିଲା ମହିଳାଙ୍କ ଅନ୍ତଃବସ୍ତ୍ର

sanjay

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ପଞ୍ଝାରେ ହାଇଟେକ ଲୁଟେରା। ସମସ୍ତଙ୍କୁ ଚକମା ଦେଇ ରାଜଧାନୀରୁ ସିରିଜ ଲୁଟ କରୁଥିବା ଜଣେ ପେଶାଦାର ଅପରାଧୀକୁ ପୁଲିସ୍‌ ଶେଷରେ ଗିରଫ କରିବାକୁ ସକ୍ଷମ ହୋଇଛି।

Advertisment

ସେ ଲୋକଙ୍କ ଘରୁ କେବଳ ସୁନା ଗହଣା ଚୋରି କରୁ ନଥିଲା। ବରଂ ଘରେ କଳା କନା ବୁଲାଇବା ପରେ ମହିଳାଙ୍କ ଅନ୍ତଃବସ୍ତ୍ରକୁ ଚମ୍ପଟ ମାରୁଥିଲା। ଗିରଫ ଯୁବକ ଜଣକ ହେଲା ସଞ୍ଜୟ ନିଶଙ୍କ। ତା’ ଘର ଖୋର୍ଦ୍ଧାର ଅଟ୍ରୀ ଅଞ୍ଚଳରେ। ସେ ପୂର୍ବରୁ ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଘରୁ ସୁନା ଗହଣା ଲୁଟ କରୁଥିଲା।

ହେଲେ ଏବେ ସେ ନିଜର ବାହାଘର ପାଇଁ ଲୋକଙ୍କ ଘରୁ ସୁନା ଗହଣା ସହ ମହିଳାଙ୍କ ଅନ୍ତଃବସ୍ତ୍ର ଲୁଟ କରୁଥିଲା। ପୁଲିସ୍‌ ଅଭିଯୁକ୍ତ ସଞ୍ଜୟ ଠାରୁ ସେ ୫ ମାସରେ ଲୁଟିଥିବା ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଉଦ୍ଧାର କରିଛି। ଏଥିସହ ୨୫୦ଟି ଦାମୀ ଜିନ୍ସ ଓ ଅନ୍ତଃବସ୍ତ୍ର ବି ପୁଲିସ୍‌କୁ ମିଳିଛି।

Advertisment

ବିବିଏ କରିଥିବା ସଞ୍ଜୟ ନିଶଙ୍କ ୨୦୧୮ରେ ଚନ୍ଦ୍ରଶେଖରପୁର ପୁଲିସ୍‌ ଦ୍ୱାରା ପ୍ରଥମେ ଗିରଫ ହୋଇଥିଲା। ଏବେ ସେ ବାହା ହୋଇଥାଆନ୍ତା। ଏଥିପାଇଁ ସେ ନିଜ ଭାବୀ ପତ୍ନୀଙ୍କ ପାଇଁ ସୁନା ଗହଣା ଚୋରି କରୁଥିବା ପୁଲିସ କହିଛି। ସେହିପରି ଆଉ କିଛି ଚୋରି ଗହଣା ବିକି ସଞ୍ଜୟ ବାପାମା’ଙ୍କ ଚିକିତ୍ସା ବି କରିଛି।

ଜୋନ ୫ର ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, “ଗିରଫ ସଞ୍ଜୟ ଜଣେ ପେଶାଦାର ଅପରାଧ।  ତା’ ଘର ଖୋର୍ଦ୍ଧାର ଅଟ୍ରୀ ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିଲା। ପୂର୍ବରୁ ସେ ଗୋଟିଏ ଫୁଡ ଡେଲିଭରୀ କମ୍ପାନୀ ପାଇଁ କାମ କରୁଥିଲା। ଏଥିପାଇଁ ରାଜଧାନୀର ଗଳିକନ୍ଦି ସହ ସେ ବେଶ୍‌ ପରିଚିତ ଥିଲା।

ଦିନ ବେଳେ ସେ ବିଭିନ୍ନ ସ୍ଥାନରେ ବୁଲି ତାଲା ପଡ଼ୁଥିବା ଘରକୁ ଚିହ୍ନଟ କରୁଥିଲା। ଏହାପରେ ସେ ଉକ୍ତ ଘରେ ତାଲା ଭାଙ୍ଗି ପଶିବା ସହ ସୁନା ଗହଣା ଓ ଟଙ୍କା ଲୁଟ କରୁଥିଲା। ଶେଷ ୨/୩ ମାସ ମଧ୍ୟରେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସମାନ ଷ୍ଟାଇଲରେ ଚୋରି ହୋଇଥିଲା। ଏନେଇ ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ୫ଟି ମାମଲା ରୁଜୁ ହୋଇଥିଲା।

ସବୁ ଚୋରି ଦିନ ବେଳା ହୋଇଥିଲା। ବିଭିନ୍ନ ଭିଡିଓ ଫୁଟେଜରୁ ମଧ୍ୟ ଆମେ ଜଣେ ଲୋକ ପୂରା ଅପରେସନରେ ସାମିଲ ଥିବା ଜାଣିବାକୁ ପାଇଥିଲୁ। ଏହାପରେ ସ୍ପେଶାଲ ସ୍କ୍ୱାଡକୁ ଘଟଣାର ଦାୟିତ୍ୱ ଦିଆଯାଇଥିଲା। ସ୍ପେଶାଲ ସ୍କ୍ୱାଡ ଯାଞ୍ଚ କରିବା ପରେ ଜଣେ ବ୍ୟକ୍ତି ସବୁ ଘଟଣାରେ ଥିବା ସାମ୍ନାକୁ ଆସିଥିଲା। ଏପରି ଷ୍ଟାଇଲରେ ଭୁବନେଶ୍ୱରରେ ଚୋରି କରୁଥିବା ଏକମାତ୍ର ଯୁବକ ଥିଲା ସଞ୍ଜୟ ନିଶଙ୍କ। ଆମେ ତାକୁ ଗିରଫ କରିଛୁ। ସଞ୍ଜୟର କେହି ସହଯୋଗୀ ନଥିଲେ। ସେ ଏକାକୀ ସବୁ କିଛି କରୁଥିଲା। ତା’ ପୋଷାକ ଓ ଷ୍ଟାଇଲରୁ କେହି ବି ତା’କୁ ସହଜରେ ଚୋର ଭାବେ ଜାଣି ପାରିବେ ନାହିଁ। ଆମେ ମଧ୍ୟ ବିଭିନ୍ନ ଭିଡିଓ ଓ ସ୍ଥିତିକୁ ପରଖିବା ପରେ ଯାଇ ସଞ୍ଜୟକୁ ସୌଭାଗ୍ୟ ନଗରରୁ ଗିରଫ କରିଛୁ।

ଏହି ଯୁବକର ଅପରାଧିକ ରେକର୍ଡ ୨୦୧୮ରୁ ରହିଛି। ସେତେବେଳେ ସେ ଚନ୍ଦ୍ରଶେଖର ଥାନା ହାତରେ ଧରାପଡ଼ିଥିଲା। ତା’ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ କରାଯାଇଥିଲା। ଜେରା ବେଳେ ସେ ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଏପରି ଚୋରି କରୁଥିବା ସ୍ୱୀକାର କରିଥିଲା। ଜେଲରୁ ବାହାରିବା ପରେ ସେ ବିଭିନ୍ନ କମ୍ପାନୀରେ କାମ କରିଥିଲେ।

ନିକଟରେ ତା’ର ବାହାଘର ହୋଇଥାଆନ୍ତା। ବାହାଘର ପାଇଁ ସେ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ସୁନାକୁ ନିଜ ପାଖରେ ସାଇତି ରଖିଥିଲା। ପୂର୍ବରୁ ତା’ ନାଁରେ ୧୮ଟି ମାମଲା ଥିଲା। ଏବେ ଆଉ ୫ଟି ମାମଲା ରୁଜୁ ହୋଇଛି। ସଞ୍ଜୟଠାରୁ ଠାରୁ ୪୫୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ଜବତ ସୁନା ଗହଣାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ସେହିପରି ତା’ ଠାରୁ ୬୫୦ ଗ୍ରାମ ରୁପା ଗହଣା ମିଳିଛି। ଏହାବାଦ ତା’ ଘରୁ ୨୫୦ଟି ଦାମୀ ଜିନ୍ସ ପ୍ୟାଣ୍ଟ ଓ ମହିଳାଙ୍କ ଅନ୍ତଃବସ୍ତ୍ର ମିଳିଛି। ୨୦୧୮ରେ ମଧ୍ୟ ସଞ୍ଜୟ ସମାନ ଶୈଳୀରେ ଘରୁ ସୁନା ଗହଣା ସହ ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରୁଥିଲା। ଏବେ ବି ସେ ସମାନ କାଣ୍ଡ ଘଟାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe