କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡି ଜଳିଯାଇଛି । ଗାଡି ଭିତରେ ଥିବା ଚାଳକ ଗାଡି ବାହାରକୁ ଆସି ନ ପାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଆଜି ସକାଳେ ଗାଡ଼ିଟି ମାଇନ୍ସକୁ ମାଲ୍ ଲୋଡ କରିବାକୁ ଆସିଥିଲା। ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳ ଡ୍ରାଇଭର ତାହାର ଡାଲାକୁ ଉଠାଇଥିବା ବେଳେ ତାହା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ଗାଡ଼ିରେ ବିଦ୍ୟୁତ୍ ସଂଯୋଗ ହୋଇଯିବାରୁ ଭିତରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ଗାଡ଼ିରେ ଅଗ୍ନି ସଂଯୋଗ ହୋଇ ଯାଇଥିଲା।
ଘଟଣାସ୍ଥଳରେ ଟେନସା ଫାଣ୍ଡି ଅଧିକାରୀ ପହଞ୍ଚି ଶବକୁ ଜବତ କରିବା ସହ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛନ୍ତି । ଚାଳକଙ୍କ ପରିଚୟ ମିଳି ପାରି ନାହିଁ । ତେବେ ଏହି ଗାଡ଼ି କେଉଁଠୁ ଆସିଥିଲା, ଚାଳକଙ୍କ ଘର କେଉଁଠି ପୁଲିସ୍ ତାହାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ, ଜୋତା ମାଳ ପକାଇଲେ ନାବାଳିକା
ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।
Crime
କନିଷ୍ଠ ଖଣି ଅଧିକାରୀଙ୍କ ପୁଳା ପୁଳା ସମ୍ପତ୍ତି, ଏକାଧିକ ଘର ସହିତ ଠାବ ହୋଇଛି ୧୪ଟି ପ୍ଲଟ୍ ଓ ଫାର୍ମ ହାଉସ୍
ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁର ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Crime
ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍!
ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ।
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।