Advertisment

୧୧ କେଭି ତାର ସଂସ୍ପର୍ଶରେ ଆସିଗଲା ହାଇୱା, ବାହାରି ପାରିଲେନି ଡ୍ରାଇଭର

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡି ଜଳିଯାଇଛି । ଗାଡି ଭିତରେ ଥିବା ଚାଳକ ଗାଡି ବାହାରକୁ ଆସି ନ ପାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆଜି ସକାଳେ ଗାଡ଼ିଟି ମାଇନ୍ସକୁ ମାଲ୍‌ ଲୋଡ କରିବାକୁ ଆସିଥିଲା। ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳ ଡ୍ରାଇଭର […]

୧୧ କେଭି ତାର ସଂସ୍ପର୍ଶରେ ଆସିଗଲା ହାଇୱା, ବାହାରି ପାରିଲେନି ଡ୍ରାଇଭର

accident

Advertisment

କୋଇଡ଼ା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡି ଜଳିଯାଇଛି । ଗାଡି ଭିତରେ ଥିବା ଚାଳକ ଗାଡି ବାହାରକୁ ଆସି ନ ପାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Advertisment

ଆଜି ସକାଳେ ଗାଡ଼ିଟି ମାଇନ୍ସକୁ ମାଲ୍‌ ଲୋଡ କରିବାକୁ ଆସିଥିଲା। ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳ ଡ୍ରାଇଭର ତାହାର ଡାଲାକୁ ଉଠାଇଥିବା ବେଳେ ତାହା ୧୧  କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ଗାଡ଼ିରେ ବିଦ୍ୟୁତ୍‌ ସଂଯୋଗ ହୋଇଯିବାରୁ ଭିତରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ଗାଡ଼ିରେ ଅଗ୍ନି ସଂଯୋଗ ହୋଇ ଯାଇଥିଲା।

ଘଟଣାସ୍ଥଳରେ ଟେନସା ଫାଣ୍ଡି ଅଧିକାରୀ ପହଞ୍ଚି ଶବକୁ ଜବତ କରିବା ସହ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛନ୍ତି । ଚାଳକଙ୍କ ପରିଚୟ ମିଳି ପାରି ନାହିଁ । ତେବେ ଏହି ଗାଡ଼ି କେଉଁଠୁ ଆସିଥିଲା, ଚାଳକଙ୍କ ଘର କେଉଁଠି ପୁଲିସ୍‌ ତାହାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe