Advertisment

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ। ସେ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟ୍‌ରେ ରହୁଥିଲେ ବୀରେନ୍ଦ୍ର, ଆନନ୍ଦ ଓ ମନଜିତ୍। ତେବେ ମନଜିତ୍‌ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୀରେନ୍ଦ୍ର, ମନଜିତ୍ […]

ଅଦ୍ୟତନ ହୋଇଛି
ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

lakra

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ। ସେ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟ୍‌ରେ ରହୁଥିଲେ ବୀରେନ୍ଦ୍ର, ଆନନ୍ଦ ଓ ମନଜିତ୍। ତେବେ ମନଜିତ୍‌ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୀରେନ୍ଦ୍ର, ମନଜିତ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକାଠି ହୋଇ ଆନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସେ କହିଛନ୍ତି, ଗତ ଫେବୃଆରୀ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲେ ହେଁ ଏହାକୁ ଆତ୍ମହତ୍ୟାର ରୂପ ଦେଇ କଥାକୁ ଚପାଇ ଦିଆଯାଇଛି। ଆନନ୍ଦ ମରିବା ପରଠାରୁ ବିରେନ୍ଦ୍ର ରହୁଥିବା ଏହି ଫ୍ଲାଟ ବନ୍ଦ ରହିଛି। ଘଟଣାଦିନ ମନଜିତ୍ ଆମ୍ବୁଲାନ୍ସକୁ ଡାକିଥିଲେ। ଦେହ ଖରାପ ଥିବା କହି ଆନନ୍ଦଙ୍କୁ ଡାକ୍ତରଖାନା ନେଇଥିଲେ। ଆତ୍ମହତ୍ୟା ପରଠୁ ଏହି ଫ୍ଲାଟକୁ ଆଉ କେହି ଆସିନାହାନ୍ତି। ପୁଅ ଆନନ୍ଦର ମୃତ୍ୟୁ ନେଇ ପୁଲିସ ଚୁପ୍ ବସିଛି। ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ କରାଯାଇନାହିଁ। ତଦନ୍ତ ହୋଇଥିଲେ ସବୁ କଥା ଜଣାପଡ଼ିଥାନ୍ତା। ହେଲେ ପୁଲିସ ଏତଲାକୁ ଚାପି ଦେଇ ବସିଗଲା। ତେଣୁ ମୃତ ପୁଅକୁ ନ୍ୟାୟ ମିଳିପାରିଲାନି। ତାକୁ ନ୍ୟାୟ ମିଳିପାରିଲେ ହିଁ ସେ ଶାନ୍ତି ପାଇପାରିବେ ବୋଲି କହିଛନ୍ତି ବନ୍ଧନା ଟପ୍ପୋ।

ଏନେଇ ଏହି ଆପାର୍ଟମେଣ୍ଟ ଜଗାରଖା ଦାୟିତ୍ୱରେ ଥିବା ପର୍ଶୁ କହିଛନ୍ତି, ଏହି ଫ୍ଲାଟରେ ଆନନ୍ଦ ଓ ମନଜିତ୍ ରହୁଥିଲେ। ବୀରେନ୍ଦ୍ର ଅନେକ ସମୟରେ ଆନନ୍ଦଙ୍କ ସହ ମିଶି ଏଠାକୁ ଆସୁଥିଲେ। ହଠାତ୍ ଦିନେ ମନଜିତ୍ ଆମ୍ବୁଲାନ୍ସ ଡାକିଥିଲେ। ତାଙ୍କୁ ଗେଟ୍ ଖୋଲିବାକୁ କହିଥିଲେ। କ’ଣ ହୋଇଛି ପଚାରିବାରୁ ଆନନ୍ଦଙ୍କ ଦେହ ଖରାପ ଅଛି ବୋଲି କହିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ନେଇ ଡାକ୍ତରଖାନା ଚାଲି ଯାଇଥିଲେ। ଏହା ପରେ ଆନନ୍ଦଙ୍କ ମୃତ୍ୟୁ ଖବର ମିଳିଥିଲା।

Advertisment

ସେପଟେ ଏହି ଅଭିଯୋଗ ନେଇ ବୀରେନ୍ଦ୍ର, ମନଜିତ୍ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe