Advertisment

ଆଗୁଆ ଦିଆଯିବ ପିଡିଏସ୍ ସାମଗ୍ରୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ମାସ ପାଇଁ ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଚାର ବିମର୍ଶ କରୁଛି। ଖୁବଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।  ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ରହିଛି। ଏଣୁ ଲୋକେ ଆତଙ୍କିତ ହୋଇ ଅଯଥା […]

ଆଗୁଆ ଦିଆଯିବ ପିଡିଏସ୍ ସାମଗ୍ରୀ!

888

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ମାସ ପାଇଁ ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଚାର ବିମର୍ଶ କରୁଛି। ଖୁବଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।  ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ରହିଛି। ଏଣୁ ଲୋକେ ଆତଙ୍କିତ ହୋଇ ଅଯଥା କିଣାକିଣି କରି ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ।

ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ କରୋନା ମୁକାବିଲା ସଂପର୍କରେ ମନ୍ତ୍ରୀ ଆଲୋଚନା କରିଛନ୍ତି। ଜିଲ୍ଲାସ୍ତରରେ ଯେପରି ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ, ସେଥିଲାଗି ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ କହିଛନ୍ତି।

Advertisment

ଏହାସହ କଳାବଜାରୀ ରୋକିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଅହେତୁକ ମାସ୍କ ବ୍ୟବହାର କରନ୍ତୁ ନାହିଁ। ୫ରୁ ଅଧିକ ଲୋକ ଥିବା ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ, ନ ହେଲେ ମାସ୍କ ପିନ୍ଧିବାର କୌଣସି କାରଣ ନାହିଁ। ସବୁବେଳେ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଯଥାସମ୍ଭବ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଓ ସାନିଟାଇଜରରେ ହାତ ଧୁଅନ୍ତୁ।

କରୋନା ନେଇ ହେଉଥିବା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଏହାଛଡ଼ା ଯେଉଁମାନେ ଗୁଜବ ପ୍ରଚାର କରିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe