Advertisment

ହୋଲି ପାଇଁ ସବୁଠି ଉତ୍ସବମୁଖର

କଟକ/କେନ୍ଦ୍ରାପଡ଼ା/ଯାଜପୁର(ଓଡ଼ିଶା ରିପୋର୍ଟର): ପବିତ୍ର ହୋଲି ଉପଲ‍କ୍ଷେ ଊତ୍ସବମୁଖର ହୋଇଉଠିଛି ସାରା ରାଜ୍ୟ। ପରମ୍ପରା ଓ ସଂସ୍କୃତିର ଏହି ଅନନ୍ୟ ପର୍ବ ପ୍ରତିବର୍ଷ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁଯୋଗ ସୃଷ୍ଟି କରିଥାଏ। ଏଥିପାଇଁ କେଉଁ ଆବାହମାନ କାଳରୁ ଚାଲିଆସିଥିବା ପରମ୍ପରା ଅନୁଯାୟୀ ରାଧାମାଧବଙ୍କ ବିଗ୍ରହକୁ ନଗର ପରିକ୍ରମା କରାଯାଉଛି। ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ କେଉଁଠି ଫଗୁ ଖେଳାଯାଉଛି ତ କେଉଁଠି ହୋଲିର ୬ଦିନ ପୂର୍ବରୁ ରଙ୍ଗର ଖେଳ ଆରମ୍ଭ ହୋଇଯାଇଛି। କୀର୍ତ୍ତନ ଭଜନରେ […]

ହୋଲି ପାଇଁ ସବୁଠି ଉତ୍ସବମୁଖର

v-9876

Advertisment

କଟକ/କେନ୍ଦ୍ରାପଡ଼ା/ଯାଜପୁର(ଓଡ଼ିଶା ରିପୋର୍ଟର): ପବିତ୍ର ହୋଲି ଉପଲ‍କ୍ଷେ ଊତ୍ସବମୁଖର ହୋଇଉଠିଛି ସାରା ରାଜ୍ୟ। ପରମ୍ପରା ଓ ସଂସ୍କୃତିର ଏହି ଅନନ୍ୟ ପର୍ବ ପ୍ରତିବର୍ଷ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁଯୋଗ ସୃଷ୍ଟି କରିଥାଏ। ଏଥିପାଇଁ କେଉଁ ଆବାହମାନ କାଳରୁ ଚାଲିଆସିଥିବା ପରମ୍ପରା ଅନୁଯାୟୀ ରାଧାମାଧବଙ୍କ ବିଗ୍ରହକୁ ନଗର ପରିକ୍ରମା କରାଯାଉଛି। ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ କେଉଁଠି ଫଗୁ ଖେଳାଯାଉଛି ତ କେଉଁଠି ହୋଲିର ୬ଦିନ ପୂର୍ବରୁ ରଙ୍ଗର ଖେଳ ଆରମ୍ଭ ହୋଇଯାଇଛି।

Advertisment

କୀର୍ତ୍ତନ ଭଜନରେ ପ୍ରକମ୍ପିତ ହୋଇଉଠୁଛି ଓଳକଣା ମେଲଣ ପଡ଼ିଆ। ଭକ୍ତଙ୍କ ଗହଣରେ ଝୁଲି ଝୁଲି ଆସୁଛନ୍ତି ରାଧାମାଧବ। କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରୁ ଏହି ମେଲଣ ଚାଲିଆସୁଛି। କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାରୁ ୨୦୦ରୁ ଊର୍ଦ୍ଧ୍ୱ ବିମାନ ଏଠାରେ ଏକତ୍ରିତ ହୋଇଥିଲେ। ଏଠାକୁ ବିନା ନିମନ୍ତ୍ରଣରେ ଭକ୍ତିର ସହ ସମସ୍ତେ ନିଜ ନିଜ ବିମାନକୁ ନେଇ ଏଠାକୁ ଆସିଥାନ୍ତି। ନିଜେ ନିଜେ ରାଧାକୃଷ୍ଣଙ୍କୁ ଭୋଗ ମଧ୍ୟ ଲଗାନ୍ତି। ଏହାସହ ମହିଳା ଶ୍ରଦ୍ଧାଳୁମାନେ ଲକ୍ଷ୍ମୀପ୍ରାପ୍ତ ପାଇଁ ଆଳିରାଜାଙ୍କ ବିମାନ ନିକଟରେ ଥିବା କଳସୀରୁ ଧାନ ନେବା ଲାଗି ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଭଗବାନ ପ୍ରତି ଥିବା ପ୍ରେମ ଭକ୍ତଙ୍କୁ ଏଠାକୁ ଟାଣି ଆଣେ। ଆଉ ଏହା ହିଁ ଏହି ପବିତ୍ର ସ୍ଥାନର ବିଶେଷତ୍ୱ।

ସେହିପରି ଐତିହ୍ୟ ଓ ସଂସ୍କୃତିର ସହର ପରଳାଖେମୁଣ୍ଡିରେ ମଧ୍ୟ ପବିତ୍ର ଦୋଳଯାତ୍ରା ଓ ହୋଲିକୁ ନେଇ ବିଶେଷ ପ୍ରସ୍ତୁତି ହୋଇଛି। ଗତ ୩ତାରିଖରୁ ଆରମ୍ଭ ହୋଇଥିବା ଦୋଳୋତ୍ସବ ଉପଲକ୍ଷେ ପ୍ରତିଦିନ ରାମସ୍ୱାମୀ ମନ୍ଦିରରୁ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରାଯାଉଛି। ପଞ୍ଚମ ଦିବସରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଛ ବଳି ପରେ ହୋଲିକା ଦହନ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ହର ହରିଙ୍କ ଅପୂର୍ବ ମିଳନ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe