Advertisment

ମାସେ ନପୁରୁଣୁ ପୁଣି ବିଦେଶ ଗଲେ ଗୃହ ସଚିବ, ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସେ ନପୁରୁଣୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜିବ ଚୋପ୍ରା ପୁଣିଥରେ ବିଦେଶ ଗସ୍ତରେ ଯାଇଛନ୍ତି । ସଞ୍ଜିବଙ୍କ ଅନୁପସ୍ଥିତିରେ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଅସ୍ଥାୟୀ ଭାବେ ଗୃହ ବିଭାଗର ଦାୟିତ୍ୱରେ ରହିବେ। ନେଦରଲ୍ୟାଣ୍ଡର ଆଲମେର ସହରରେ ଚାଲିଥିବା ‘ଫ୍ଲୋରିଏଡ୍ ଏକ୍ସପୋ’ରେ ଯୋଗ ଦେବାକୁ ଶ୍ରୀ ଚୋପ୍ରାଙ୍କ ନେତୃତ୍ୱରେ ଅଫିସରଙ୍କ ଏକ ଟିମ୍ ପ୍ରଶିକ୍ଷଣ ପାଇଁ ଯାଇଥିବା ଜଣାପଡ଼ିଛି । […]

ମାସେ ନପୁରୁଣୁ ପୁଣି ବିଦେଶ ଗଲେ ଗୃହ ସଚିବ, ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱ

Sanjeev Chopra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସେ ନପୁରୁଣୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜିବ ଚୋପ୍ରା ପୁଣିଥରେ ବିଦେଶ ଗସ୍ତରେ ଯାଇଛନ୍ତି । ସଞ୍ଜିବଙ୍କ ଅନୁପସ୍ଥିତିରେ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଅସ୍ଥାୟୀ ଭାବେ ଗୃହ ବିଭାଗର ଦାୟିତ୍ୱରେ ରହିବେ। ନେଦରଲ୍ୟାଣ୍ଡର ଆଲମେର ସହରରେ ଚାଲିଥିବା ‘ଫ୍ଲୋରିଏଡ୍ ଏକ୍ସପୋ’ରେ ଯୋଗ ଦେବାକୁ ଶ୍ରୀ ଚୋପ୍ରାଙ୍କ ନେତୃତ୍ୱରେ ଅଫିସରଙ୍କ ଏକ ଟିମ୍ ପ୍ରଶିକ୍ଷଣ ପାଇଁ ଯାଇଥିବା ଜଣାପଡ଼ିଛି ।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଚୋପ୍ରା ନେଦରଲ୍ୟାଣ୍ଡ ଗସ୍ତରେ ସେପ୍ଟେମ୍ବର ୬ରୁ ୧୬ତାରିଖ ପର୍ଯ୍ୟନ୍ତ ଯାଉଥିବାରୁ ତାଙ୍କ ସ୍ଥାନରେ ଅନୁ ଗର୍ଗଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇବେ । ଶ୍ରୀମତୀ ଗର୍ଗ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ। ସେହିପରି ଶ୍ରୀ ଚୋପ୍ରା କୃଷି ଉତ୍ପାଦନ କମିଶନର ଥିବାରୁ ସେ ଦାୟିତ୍ୱ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ନ୍ୟସ୍ତ ହୋଇଛି । ଶ୍ରୀ ଚୋପ୍ରାଙ୍କ ଅନୁପସ୍ଥିତିରେ ଶ୍ରୀ ଜେନା କୃଷି ଉତ୍ପାଦନ କମିଶନର ଦାୟିତ୍ୱରେ ରହିବେ ।

ତେବେ ନେଦରଲ୍ୟାଣ୍ଡରେ ଚାଲିଥିବା ଉଦ୍ୟାନକୃଷି ମେଳାରେ ଯୋଗ ଦେବାକୁ ଶ୍ରୀ ଚୋପ୍ରାଙ୍କ ସମେତ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସଞ୍ଜିବ କୁମାର ଚଢ଼ା ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଯାଇଥିବାବେଳେ ପୂର୍ବରୁ ସେମାନଙ୍କ ସହ ୪ଜଣ ଚାଷୀ ଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ଭିସା ମିଳୁନଥିବା ଦର୍ଶାଇ ଏହି ଚାଷୀମାନଙ୍କୁ ସାଙ୍ଗରେ ନେଇନଥିବା ଜଣାପଡ଼ିଛି । ଉଦ୍ୟାନକୃଷି ମେଳାକୁ ସରକାରୀ ଖର୍ଚ୍ଚରେ ପ୍ରଶିକ୍ଷଣ ପାଇଁ ଚାଷୀଟିଏ ଯାଇଥିଲେ ରାଜ୍ୟର ଉନ୍ନତି ହୋଇଥାନ୍ତା ଅବା ଚାଷର କୌଶଳ ଶିଖି ସମ୍ପୃକ୍ତ ଚାଷୀ ଆତ୍ମନିର୍ଭରଶୀଳ ହୋଇପାରିଥାନ୍ତା । ମାତ୍ର ଏହି ଅଫିସରଙ୍କ ଗୋଷ୍ଠୀ ଉଦ୍ୟାନକୃଷି ମେଳାରେ ଯୋଗ ଦେବା ନାଁରେ କେବଳ ବିଦେଶ ଭ୍ରମଣ କରିବେ ବୋଲି ଚର୍ଚ୍ଚା ହେଉଛି । କୃଷି ବିଭାଗ ଅଫିସରଙ୍କ ଏଭଳି ମନମୁଖୀ ଓ ବିବାଦୀୟ କାର୍ଯ୍ୟ ରାଜ୍ୟର ଚାଷୀଙ୍କୁ ନିରାଶ କରିଛି ।

Advertisment

ଅନ୍ୟପଟେ କୃଷି ଉତ୍ପାଦନ କମିଶନର ଶ୍ରୀ ଚୋପ୍ରା ଗତ ଜୁଲାଇ ୨୭ରୁ ଅଗଷ୍ଟ ୧୭ତାରିଖ ପର୍ଯ୍ୟନ୍ତ ଛୁଟିରେ ରହି ସପତ୍ନୀକ ଆମେରିକା ଯାଇଥିଲେ । ଆମେରିକା ଗସ୍ତରୁ ଫେରିବାର ୨୦ଦିନ ନପୁରୁଣୁ ତାଙ୍କୁ ପୁଣିଥରେ ନେଦରଲ୍ୟାଣ୍ଡ ଯିବା ନିମନ୍ତେ କୃଷି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିଭଳି ଅନୁମତି ଦେଲେ ତଥା ସରକାରୀ ଖର୍ଚ୍ଚରେ ସେ ବିଦେଶ ବୁଲିବା ଦ୍ୱାରା ରାଜ୍ୟର କ’ଣ ସ୍ୱାର୍ଥସାଧିତ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe