Advertisment

ଛୁଆ ଆଗରେ ବାପାମା’ଙ୍କୁ ହାଣିଲା ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ବୀଭତ୍ସ  ହତ୍ୟାକାଣ୍ଡ ଘଟିଛି। ପିଏମ୍‌ଜି ଛକ ଫୁଟପାଥରେ ରହୁଥିବା ଏକ ପରିବାରକୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦମ୍ପତିଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କ ଛୋଟ ପିଲାଟି ସୁସ୍ଥ ଥିବା ଜଣାପଡ଼ିଛି। ତାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଆଜି ସକାଳେ ପିଏମ୍‌ଜି ଛକ ଫୁଟପାଥରେ […]

ଅଦ୍ୟତନ ହୋଇଛି
ଛୁଆ ଆଗରେ ବାପାମା’ଙ୍କୁ ହାଣିଲା ଦୁର୍ବୃତ୍ତ

Murder

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ବୀଭତ୍ସ  ହତ୍ୟାକାଣ୍ଡ ଘଟିଛି। ପିଏମ୍‌ଜି ଛକ ଫୁଟପାଥରେ ରହୁଥିବା ଏକ ପରିବାରକୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦମ୍ପତିଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କ ଛୋଟ ପିଲାଟି ସୁସ୍ଥ ଥିବା ଜଣାପଡ଼ିଛି। ତାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

Advertisment

ଆଜି ସକାଳେ ପିଏମ୍‌ଜି ଛକ ଫୁଟପାଥରେ ଥିବା ଏଟିଏମ୍‌ ସମ୍ମୁଖରେ ଏହି ଦମ୍ପତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାବେଳେ ପିଲାଟି ସେମାନଙ୍କ ପାଖରେ ଥିଲା।  ସ୍ଥାନୀୟ ଦୋକାନୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଗୁରୁତର ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖାରବେଳ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରିଛି।

Murder Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe