Advertisment

କଂଗ୍ରେସ ମିଟିଂ ଭଣ୍ଡୁର କରିଦେଲେ ମହୁମାଛି ! ସଭାସ୍ଥଳ ଛାଡ଼ି ସବୁ ଧାଇଁଲେ

ବୀରମିତ୍ରପୁର (ସତ୍ୟାନନ୍ଦ ମହାନ୍ତି): ଚାଲିଥିଲା କଂଗ୍ରେସ ନେତାଙ୍କ ସମ୍ମିଳନୀ। ଭାଷଣ ଦିଆ ଚାଲିଥିଲା। ହେଲେ ସଭା ଆରମ୍ଭ ହେବାର କିଛି ସମୟ ପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି। ପରିସ୍ଥିତି ଏପରି ହୋଇଥିଲା ଯେ, ମହୁମାଛିଙ୍କ କବଳରୁ ବର୍ତ୍ତିବା ପାଇଁ କିଏ ଚେୟାର, ଟେବୁଲ ଧରି ଦୌଡ଼ିଥିଲେ ତ’ ଆଉ କିଏ ମୁହଁରେ କପଡ଼ା ବାନ୍ଧି କେଉଁଆଡ଼େ ଧାଇଁ ପଳାଇଥିଲେ। ବୀରମିତ୍ରପୁରର ଡାଇରେକ୍ଟର ବଙ୍ଗଳାରେ ହେଉଥିବା କଂଗ୍ରେସ କର୍ମୀ ସମ୍ମିଳନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି। […]

ଅଦ୍ୟତନ ହୋଇଛି
କଂଗ୍ରେସ ମିଟିଂ ଭଣ୍ଡୁର କରିଦେଲେ ମହୁମାଛି ! ସଭାସ୍ଥଳ ଛାଡ଼ି ସବୁ ଧାଇଁଲେ

cccc333

Advertisment

ବୀରମିତ୍ରପୁର (ସତ୍ୟାନନ୍ଦ ମହାନ୍ତି): ଚାଲିଥିଲା କଂଗ୍ରେସ ନେତାଙ୍କ ସମ୍ମିଳନୀ। ଭାଷଣ ଦିଆ ଚାଲିଥିଲା। ହେଲେ ସଭା ଆରମ୍ଭ ହେବାର କିଛି ସମୟ ପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି। ପରିସ୍ଥିତି ଏପରି ହୋଇଥିଲା ଯେ, ମହୁମାଛିଙ୍କ କବଳରୁ ବର୍ତ୍ତିବା ପାଇଁ କିଏ ଚେୟାର, ଟେବୁଲ ଧରି ଦୌଡ଼ିଥିଲେ ତ’ ଆଉ କିଏ ମୁହଁରେ କପଡ଼ା ବାନ୍ଧି କେଉଁଆଡ଼େ ଧାଇଁ ପଳାଇଥିଲେ।

Advertisment

ବୀରମିତ୍ରପୁରର ଡାଇରେକ୍ଟର ବଙ୍ଗଳାରେ ହେଉଥିବା କଂଗ୍ରେସ କର୍ମୀ ସମ୍ମିଳନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି।

କଂଗ୍ରେସ ନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍‌ ମହୁମାଛିଙ୍କ ଆକ୍ରମଣ ଯୋଗୁଁ ମିଟିଙ୍ଗ ଅଧାରୁ ବନ୍ଦ ହୋଇଥିଲା। ମହୁମାଛିଙ୍କ ଆକ୍ରମଣ ଯୋଗୁଁ ୩୦ରୁ ଅଧିକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବୀରମିତ୍ରପୁର ହସ୍ପିଟାଲକୁ ପଠାଯାଇଛି।

Advertisment

ବୀରମିତ୍ରପୁର ମ୍ୟୁନିସପାଲଟି କଂଗ୍ରେସ ସଭାପତି ବିକ୍ରମ ପଣ୍ଡା ମହୁମାଛିଙ୍କ ଆକ୍ରମଣକୁ ନେଇ କହିଛନ୍ତି, ସଭା ଆରମ୍ଭ ହେବାର ୧୫ରୁ ୨୦ ମିନିଟ୍‌ ମଧ୍ୟରେ ମହୁମାଛି ଆକ୍ରମଣ କରିଥିଲେ। ତେଣୁ ଆହତଙ୍କୁ ହସ୍ପିଟାଲକେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe