Advertisment

ମହିଳା ନିଖୋଜ ମାମଲାରେ NCRB ରିପୋର୍ଟରେ ଭୟଙ୍କର ତଥ୍ୟ

NCRBର ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ନେଇ ରିପୋର୍ଟ ହୋଇଛି। ତା’ ଭିତରୁ ୧୬ ହଜାର ୬୦୮ ଜଣ ଉଦ୍ଧାର ବା ଚିହ୍ନଟ ହୋଇଥିବା ବେଳେ ଏବେ ମଧ୍ୟ ନିଖୋଜ ଅଛନ୍ତି ୧୯ ହଜାର ୧୭୫ ମହିଳା।

Woman

Woman

Advertisment

ରାଜ୍ୟରେ ଉଦବେଗନଜନକ ସ୍ଥିତି ସୃଷ୍ଟି କଲାଣି ମହିଳା ନିଖୋଜ ପ୍ରସଙ୍ଗ। ଓଡ଼ିଶା ଏବେ ମହିଳା ନିଖୋଜରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ପରେ ଦେଶର ଚତୁର୍ଥ ସ୍ଥାନରେ ରହିଥିବା ସଦ୍ୟ ଏନ୍‌ସିଆରବି ରିପୋର୍ଟ କହୁଛି। ସେପଟେ ସର୍ବଭାରତୀୟ ତୁଳନାରେ ରାଜ୍ୟରେ ମହିଳାଙ୍କ ଉଦ୍ଧାର ହାର ମଧ୍ୟ କମ୍‌ ଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।

Advertisment

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ଝିଅକୁ ୧୪ ବର୍ଷ ହୋଇଥିଲା। ସେବେଠାରୁ ସେ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନଥିଲେ। ଏହାରି ଭିତରେ ୨୩ ବର୍ଷ ବିତିଥିଲା। ତା’ର ଫେରିବା ବାଟକୁ ଅନାଇ ବସିଛନ୍ତି ବୁଢ଼ା ବାପା-ମାଆ। ସେହି ସରଜଂଘା ଗାଁର ବ୍ଲାସିଉସ ଲାକାଡ଼ାଙ୍କ ବଡ଼ ଝିଅ ମଧ୍ୟ ଆଜିକୁ ୨୦ ବର୍ଷ ଧରି ନିଖୋଜ ଅଛନ୍ତି। ସମ୍ପର୍କୀୟଙ୍କ କଥାରେ ପଡ଼ି ମାତ୍ର ୧୪ ବର୍ଷ ବୟସରେ ଝିଅକୁ ଚାକିରି ପାଇଁ ମୁମ୍ବାଇରେ ଛାଡ଼ି ଥିଲେ। ହେଲେ ତା’ପରେ ତାଙ୍କର ଆଉ ପତ୍ତା ମିଳିନଥିଲା।

ଏମାନଙ୍କ ଭଳି କେତେ ଯେ ବାପା-ମାଆ ଆଜି ମଧ୍ୟ ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି। ତା’ର ହିସାବ କାହା ପାଖରେ ନାହିଁ। ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ। ଯାହା ରାଜ୍ୟର ବୁଦ୍ଧିଜୀବୀ ଓ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କ ଚିନ୍ତା ବଢାଇ ଦେଇଛି।

Advertisment

NCRBର ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ନେଇ ରିପୋର୍ଟ ହୋଇଛି। ତା’ ଭିତରୁ ୧୬ ହଜାର ୬୦୮ ଜଣ ଉଦ୍ଧାର ବା ଚିହ୍ନଟ ହୋଇଥିବା ବେଳେ ଏବେ ମଧ୍ୟ ନିଖୋଜ ଅଛନ୍ତି ୧୯ ହଜାର ୧୭୫ ମହିଳା। ସେହିଭଳି ସର୍ବଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬.୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏ ହାର ମାତ୍ର ୪୬. ୭ ପ୍ରତିଶତ। ଯାହାକି ରାଜ୍ୟରେ ନିଖୋଜ ମହିଳାଙ୍କୁ ଉଦ୍ଧାର କ୍ଷେତ୍ରରେ ପୁଲିସ୍‌ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି। ସେହିଭଳି ୧୮ ବର୍ଷରୁ କମ୍ ବୟସର ଯୁବତୀ ଚାଲାଣ କ୍ଷେତ୍ରରେ ମଧ୍ୟରେ ଢେର ଆଗରେ ରହିଛି ଓଡ଼ିଶା। ଏପରିକି ଏହି ବର୍ଗର ଝିଅଙ୍କୁ ଉଦ୍ଧାର ହାର ୬୫.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏ ହାର ୬୧.୬ ପ୍ରତିଶତ। ଏ ପ୍ରସଙ୍ଗ ରାଜ୍ୟବାସୀଙ୍କ ଉଦବେଗ ବଢାଉଥିବା ବେଳେ ଏବେ ଗତ ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ମଧ୍ୟ ବଚଳିତ କଲା ଭଳି ଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗତ ୫ ବର୍ଷର ତଥ୍ୟ ଦେଇ ରାଜ୍ୟରେ ଏବେ ବି ୨୬ ହଜାର ୨୪୭ ମହିଳା ଓ ୩ ହଜାର ୭୯୧ ଝିଅଙ୍କୁ ଉଦ୍ଧାର କରାଯାଇ ପାରିନଥିବା ସ୍ୱୀକାର କରିଥିଲେ।

ସେପଟେ ମାନବ ଚାଲାଣ ବା ହ୍ୟୁମାନ୍‌ ଟ୍ରାଫିକିଂରେ ମଧ୍ୟ ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଏନସିଆରବି ରିପୋର୍ଟ ଦର୍ଶାଇଛି। ମାନବଚାଲାଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର ୮୪.୭ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୭୦.୪ ପ୍ରତିଶତ ରହିଛି।

Odisha Missing Child Crime Story Ncrb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe