ନାହିଁ ନାହିଁରେ ଚାଲିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମିଳୁନି ଆବଶ୍ୟକୀୟ ସୁବିଧା
ଭଦ୍ରକ( ତପନ ସ୍ୱାଇଁ): ବାହାର, ଭିତର ସବୁଠି ରୋଗୀ ହାଉଜାଉ ହେଉଛନ୍ତି। ହେଲେ ଚିକିତ୍ସା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର ନା ଅଛି ସରଞ୍ଜାମ। ଅଲଟ୍ରା ସାଉଣ୍ଡ ରୁମରେ ଝୁଲୁଛି ତାଲା।  ଟ୍ରମା କେୟାର ସେଣ୍ଟରରେ ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି । ପୁଣି ବେଡ୍ ନ ପାଇ ରୋଗୀ କେଉଁଠି ବାରଣ୍ଡା ତ ଆଉ କେଉଁଠି ପାଇଖାନା ପାଖରେ ଜମାଇଛନ୍ତି ଆସ୍ଥାନ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ମୁଖ୍ୟର ଚିକିତ୍ସାଳୟରୁ।
ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ଏହି ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ହେଲେ ଆବଶ୍ୟକୀୟ ଚିକିତ୍ସା ଓ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଆସୁଥିବା ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପରିସ୍ଥିତିରେ ସୁଧାର ଆସୁ ନ ଥିବାବେଳେ ଏନେଇ ଜନଅସନ୍ତୋଷ ବଢି ବଢି ଚାଲିଛି। ମେଡିସିନ୍, ରେଡିଓଲୋଜି ଏବଂ ଇଏନଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର, ଷ୍ଟାଫ୍ ନର୍ସ ଏବଂ କର୍ମଚାରୀଙ୍କ  ଅଭାବ ରୋଗୀଙ୍କୁ ନିରାଶ କରିଛି। ଅନ୍ୟପକ୍ଷରେ ୬୬ ଜଣ ଡାକ୍ତରଙ୍କ ବଦଳରେ ଏଠାରେ ଅଛନ୍ତି ମାତ୍ର ୩୪ ଜଣ ଡାକ୍ତର ଅଛନ୍ତି।
ରୋଗୀ ସଂଖ୍ୟା ବଢୁଥିବାବେଳେ ଡାକ୍ତର ଅଭାବ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଶୀଘ୍ର ଏନେଇ ପଦକ୍ଷେପ ନେଇ ପାରିଲେ ସ୍ଥାନୀୟ ଅଂଚଳରେ ଲୋକେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି।
Ordigital Desk
• Published: Monday, 28 May 2018
• Updated: 28 May 2018, 11:52 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos