ସ୍କୁଲ୍ ସହିତ ହଷ୍ଟେଲ୍ ଖୋଲିବାକୁ ମିଳିଲା ଅନୁମତି

ପୁରୀ (ଓଡ଼ିଶା ରିପୋର୍ଟର): ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଗତକାଲି ସରକାର ଘୋଷଣା କରିଥିଲେ। ଆଉ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ସ୍କୁଲ୍ ଖୋଲିବା ନେଇ କୁହାଯାଇଥିଲା। ତେବେ ହଷ୍ଟେଲ ନଖୋଲିଲେ ପିଲାମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲ୍‌ରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ […]

samir

Jitendra Garnayak
  • Published: Sunday, 03 January 2021
  • , Updated: 03 January 2021, 01:45 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଗତକାଲି ସରକାର ଘୋଷଣା କରିଥିଲେ। ଆଉ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତକାଲି ସ୍କୁଲ୍ ଖୋଲିବା ନେଇ କୁହାଯାଇଥିଲା। ତେବେ ହଷ୍ଟେଲ ନଖୋଲିଲେ ପିଲାମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲ୍‌ରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଆମ ବିଭାଗ ନୁହେଁ, ଯେଉଁଠି ଟିଆର୍‌ଡବ୍ଲୁ ସ୍କୁଲ୍‌ର ହଷ୍ଟେଲ୍‌ ରହିଛି, ସେଗୁଡ଼ିକ ବି ଖୋଲିବ। ଜାରି ଗାଇଡ୍‌ ଲାଇନ୍‌ ଅନୁସାରେ ଯେଉଁଠି ସ୍କୁଲ୍‌ ଖୋଲିପାରିବ, ସେଇଠି ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିପାରିବ। ଏନେଇ ଖୁବ୍‌ଶୀଘ୍ର ନୂଆ ଏସ୍‌ଓପି ଜାରି କରାଯିବ।

ସୂଚନାଯୋଗ୍ୟ, ସ୍କୁଲ୍‌ ଖୋଲିବା ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଶିକ୍ଷକ, ପିଲା ସ୍କୁଲ ଆସି ପାରିବେ ନାହିଁ ବୋଲି କୁହାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ। ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ। ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି। ସ୍କୁଲ ବସ୍ ବଦଳରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ିବେ। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍‌ରେ ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ। ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗହଳି ଏଡ଼ାଇବାକୁ ରିସେସ୍ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story