Advertisment

୨୫ରୁ ତିନି ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାତି ଆହୁରି ବଢ଼ିବ। କେତେକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସୂଚନା ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ […]

ଅସମ୍ଭାଳ ତାତି; ଆଜି କଲା ରେକର୍ଡ

Hott

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ତାତି ଆହୁରି ବଢ଼ିବ। କେତେକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସୂଚନା ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ। ଠିକ୍‌ ସେହିପରି ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଂଜ ଏବଂ ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଂଜ ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେବାର ଆଶଙ୍କା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଛି।

https://twitter.com/mcbbsr/status/1517818391549321217?s=20&t=1A7EermZvc3rlnmHmbRlPQ

Advertisment

ଆସନ୍ତା ୩ ଦିନ ଧରି ଆଭ୍ୟନ୍ତରିଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ଂ ପର୍ଯ୍ୟନ୍ତ ବଢ଼ିବ। ସେହିଭଳି ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ରେ ସୂଚନା ଦିଆଯାଇଛି।

https://twitter.com/mcbbsr/status/1517794973952790528?s=20&t=1A7EermZvc3rlnmHmbRlPQ

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ୨.୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷ ଏହା ହେଉଛି ଭୁବନେଶ୍ୱରର ତାପମାତ୍ରା। ସେହିପରି ସମ୍ବଲପୁରରେ ୪୦.୨ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡାରେ ୩୯.୫ ଡିଗ୍ରୀ, ହୀରାକୁଦରେ ୩୮.୮ ଡିଗ୍ରୀ, କେନ୍ଦୁଝରରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୭.୪ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୨.୨ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୨୯.୮ଡିଗ୍ରୀ ରେକର୍ଡ କରାଯାଇଛି।

https://twitter.com/mcbbsr/status/1517794532724666368?s=20&t=1A7EermZvc3rlnmHmbRlPQ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe