Advertisment

କରୋନା ଆକ୍ରାନ୍ତ ଚିହ୍ନଟ ପରେ ହୋଟେଲ ସିଲ୍‌

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ଏକ ହୋଟେଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ଏହି ହୋଟେଲ୍‌ରେ ରହୁଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍‌  ଚିହ୍ନଟ ହେବା ପରେ ହୋଟେଲ୍‌କୁ ସିଲ୍ କରି ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ଏକ ଘରୋଇ କମ୍ପାନୀର କର୍ମଚାରୀ। ସେ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରୁ ଭୁବନେଶ୍ୱର ଦେଇ ୪ ତାରିଖରେ ବଡ଼ବିଲ ଆସିଥିଲେ। ହେଲେ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱରର ଏକ ଘରୋଇ […]

କରୋନା ଆକ୍ରାନ୍ତ ଚିହ୍ନଟ ପରେ ହୋଟେଲ ସିଲ୍‌

keonjhar

Advertisment

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ଏକ ହୋଟେଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ଏହି ହୋଟେଲ୍‌ରେ ରହୁଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍‌  ଚିହ୍ନଟ ହେବା ପରେ ହୋଟେଲ୍‌କୁ ସିଲ୍ କରି ଦିଆଯାଇଛି।

Advertisment

କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ଏକ ଘରୋଇ କମ୍ପାନୀର କର୍ମଚାରୀ। ସେ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରୁ ଭୁବନେଶ୍ୱର ଦେଇ ୪ ତାରିଖରେ ବଡ଼ବିଲ ଆସିଥିଲେ। ହେଲେ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ  କରୋନା ଟେଷ୍ଟ କରିଥିଲେ। ଏହାପରେ  ସେ ବଡ଼ବିଲ ଆସି ଏକ ହୋଟେଲରେ ରହିଥିଲେ। ଗତକାଲି ସନ୍ଧ୍ୟାରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କୁ କୋଭଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବଡ଼ବିଲ ସହର ୭ ଦିନ ପାଇଁ ଶଟ୍‌ଡାଉନ୍ ରହିଥିବା ବେଳେ କୋଭିଡ କଟକଣା ଉଲଂଘନ କରିବାରୁ ଷ୍ଟେସନ ରୋଡ଼ରେ ଥିବା ଏକ  ମଲ୍‌କୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ବଡ଼ବିଲ ସହରରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବଡ଼ବିଲ ସହରକୁ ୭ ଦିନ ଯାଏ ଜିଲ୍ଲାପାଳ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe