Advertisment

ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଲେ ଶାସକ ଦଳ ଲୋକେ!

ଜଳେଶ୍ୱର (ଅଜିତ କୁମାର ଦାସ): କଂଗ୍ରେସ କର୍ମୀଙ୍କ ଘରେ ନିଆଁ ଲଗାଇଦେଲେ ଶାସକ ଦଳର କର୍ମୀ! କିନ୍ତୁ ଅଳ୍ପକେ ବର୍ତ୍ତିଗଲା ୪ ଜୀବନ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଭୋଗରାଇ ବ୍ଲକ୍‌ କୁମ୍ଭୀରଗଡ଼ି ପଞ୍ଚାୟତରେ ଘଟିଛି ଏହି ନିର୍ବାଚନୀ ହିଂସା। ସବୁଦିନ ପରି ସୋମବାର ରାତିରେ ଦୁର୍ଗା ବେଶରାଙ୍କ ପରିବାର ଲୋକେ ଖାଇ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ଦୁର୍ଗା ଓ ତାଙ୍କ […]

ଅଦ୍ୟତନ ହୋଇଛି
ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଲେ ଶାସକ ଦଳ ଲୋକେ!

Fire

Advertisment

ଜଳେଶ୍ୱର (ଅଜିତ କୁମାର ଦାସ): କଂଗ୍ରେସ କର୍ମୀଙ୍କ ଘରେ ନିଆଁ ଲଗାଇଦେଲେ ଶାସକ ଦଳର କର୍ମୀ! କିନ୍ତୁ ଅଳ୍ପକେ ବର୍ତ୍ତିଗଲା ୪ ଜୀବନ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ।

Advertisment

ଭୋଗରାଇ ବ୍ଲକ୍‌ କୁମ୍ଭୀରଗଡ଼ି ପଞ୍ଚାୟତରେ ଘଟିଛି ଏହି ନିର୍ବାଚନୀ ହିଂସା। ସବୁଦିନ ପରି ସୋମବାର ରାତିରେ ଦୁର୍ଗା ବେଶରାଙ୍କ ପରିବାର ଲୋକେ ଖାଇ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ଦୁର୍ଗା ଓ ତାଙ୍କ ପରିବାର ଲୋକେ ଘରୁ ବାହାରି ଆସିଥିଲେ ଏବଂ ବଞ୍ଚି ଯାଇଥିଲେ। ମାତ୍ର ଘରେ ଥିବା ସବୁ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଏବଂ ୯ ଛେଳି ପୋଡ଼ି ଯାଇଛି।

ରାତିରେ ଘରେ ନିଆଁ ଲାଗିଥିବା ଦେଖି ଦୁର୍ଗା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ହେଲେ ଅଗ୍ନିଶମ ଗାଡ଼ି ଆସି ପହଞ୍ଚିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ବିଜେଡି କର୍ମୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦୁର୍ଗା ଅଭିଯୋଗ କରିଛନ୍ତି।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe