Advertisment

ଲଗାଣ ବର୍ଷା: ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି ତ କେଉଁଠି ଘର ଉପରେ ଗଛ ପଡ଼ିଯାଇଛି। ସେହିଭଳି କେଉଁଠି ବର୍ଷା ଯୋଗୁ ନଦୀ ବଢ଼ି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗଜପତି ଜିଲ୍ଲାରେ ଦୁଇ ଦିନ ହେଲା ବର୍ଷା ହେଉଥିବା ବେଳେ ଭିନ୍ନ ଭିନ୍ନ ଗାଁରେ ୫ଟି ଘର ଭାଙ୍ଗି ଯାଇଛି। ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତର ଏହି ସବୁ ଗାଁ ଗୁଡ଼ିକ […]

ଅଦ୍ୟତନ ହୋଇଛି
ଲଗାଣ ବର୍ଷା: ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ

House

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି ତ କେଉଁଠି ଘର ଉପରେ ଗଛ ପଡ଼ିଯାଇଛି। ସେହିଭଳି କେଉଁଠି ବର୍ଷା ଯୋଗୁ ନଦୀ ବଢ଼ି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Advertisment

ଗଜପତି ଜିଲ୍ଲାରେ ଦୁଇ ଦିନ ହେଲା ବର୍ଷା ହେଉଥିବା ବେଳେ ଭିନ୍ନ ଭିନ୍ନ ଗାଁରେ ୫ଟି ଘର ଭାଙ୍ଗି ଯାଇଛି। ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତର ଏହି ସବୁ ଗାଁ ଗୁଡ଼ିକ ରହିଛି। ଅଢ଼େଇ ଗାଁର ସୁକି କାର୍ଜୀ, ଜଗନ୍ନାଥପୁର ଗାଁର ଡମୁଣି କୁମ୍ଭ, ଗିରା ନୂଆସାହିର ସାନିଆ ଗମାଙ୍ଗ, କୁଣ୍ଡେଇସିଂ ଗାଁର ସଉରା ମାଲା ଏବଂ ଲାକିଆ ଶବରଙ୍କ ଘର ଭାଙ୍ଗି ଯାଇଛି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି।

ସେହିପରି ଜିଲ୍ଲାର ନୂଆଗଡ଼ ଅଞ୍ଚଳରେ ଲଗାଣ ବର୍ଷାରେ ସମ୍ବଲପୁର ପଞ୍ଚାୟତ ଗୁରୁଡ଼ା ଗାଁ ନିକଟରେ ଥିବା ନଦୀରେ ବଢ଼ି ଆସିଯାଇଥିବା ଯୋଗୁଁ ଗୁରୁଡ଼ା ଓ ଗୋଠା ସମେତ ୧୦ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। । ଆର.ଉଦୟଗିରି ବ୍ଲକ ଛେଳିଗଡ଼ ଗାଁରେ ପାହାଡ଼ରୁ ପାଣି ଆସି ଗାଁର ସୀମା ସାହୁଙ୍କ ଘର ଭିତରେ ପଶି ଯାଇଛି। ଅଡ଼ବା ଥାନା ଆଲିଗଣ୍ଡା ନିକଟରେ ଗଛ ପଡ଼ି ଯିବାରୁ ଅଡ଼ବା ଠାରୁ ବ୍ରାହ୍ମଣୀଗାଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି।

Advertisment

[caption id="attachment_765613" align="aligncenter" width="650"]Treeକେନ୍ଦୁଝର ବାଂଶପାଳ ବ୍ଲକ ଡଙ୍ଗାପାଣି ଗାଁରେ ଉପୁଡ଼ି ପଡ଼ିଥିବା ବିରାଟ ଆମ୍ବଗଛ[/caption]

ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ବାଂଶପାଳ ବ୍ଲକ ଡଙ୍ଗାପାଣି ଗାଁରେ ଗତକାଲି ସନ୍ଧ୍ୟାରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ଏକ ଘର ଉପରେ ପଡ଼ିଯାଇଥିଲା। ଫଳରେ ଜଣେ ମହିଳା ଓ ତାଙ୍କର ୫ ବର୍ଷର ପୁଅ ଆହତ ହୋଇଛନ୍ତି। ତାଙ୍କର ଆଉ ଦୁଇ ସନ୍ତାନ ମଧ୍ୟ ଏହି ସମୟରେ ଘରେ ଥିଲେ। ତେବେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ମା’ପୁଅଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡ଼ିହାରେ ସର୍ବାଧିକ ୧୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସର୍ବନିମ୍ନ କେନ୍ଦୁମୁଣ୍ଡିରେ ୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅଭୟାରଣ୍ୟର ବୋରେହିପାଣିରେ ୨୯ ମିଲିମିଟର, କେନ୍ଦୁମୁଣ୍ଡିରେ ୧୫ମିମି, ଡୁକୁରାରେ ୯୩, ଭଞ୍ଜବସାରେ ୮୨,କୁଳିପାଳରେ ୭୮, ଚହଲାରେ ୨୮, ଜେନାବିଲରେ ୩୫ ଓ କବାଟଘାଇରେ ୧୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷା ହବା ଯୋଗୁ ଏଠାରୁ ବାହାରି ଥିବା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଡ୍ୟାମ କର୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି। ଏଠାରୁ ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ଷା ଜାରି ରହିଥିବା ବେଳେ ସ୍ଥିତି ଦେଖି ଆଉ ଗେଟ ଖୋଲାଯିବ ବୋଲି ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe