Advertisment

ଆୟାର ମନ୍ତବ୍ୟ ଉପରେ ଗୃହ କମିଟି ବୈଠକ ଶନିବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା, ଓଡ଼ିଆ, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ସୋଶାଲ ମିଡିଆରେ ଦେଇଥିବା ମନ୍ତବ୍ୟ ଉପରେ ଅନୁଧ୍ୟାନ ପାଇଁ ଗଠିତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଶନିବାର ବସିବ। ଏ ସମ୍ପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଜିତ୍ ଆୟାର ମିତ୍ରଙ୍କ ମନ୍ତବ୍ୟରେ ଓଡ଼ିଶାର ବିଧାୟକମାନଙ୍କର ସ୍ୱାଧିକାର କ୍ଷୁଣ୍ଣ ହୋଇଛି କି ନାହିଁ ତାହାର ତଦନ୍ତ ପାଇଁ […]

ଅଦ୍ୟତନ ହୋଇଛି
ଆୟାର ମନ୍ତବ୍ୟ ଉପରେ ଗୃହ କମିଟି ବୈଠକ ଶନିବାର

2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା, ଓଡ଼ିଆ, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ସୋଶାଲ ମିଡିଆରେ ଦେଇଥିବା ମନ୍ତବ୍ୟ ଉପରେ ଅନୁଧ୍ୟାନ ପାଇଁ ଗଠିତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଶନିବାର ବସିବ।

Advertisment

ଏ ସମ୍ପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଜିତ୍ ଆୟାର ମିତ୍ରଙ୍କ ମନ୍ତବ୍ୟରେ ଓଡ଼ିଶାର ବିଧାୟକମାନଙ୍କର ସ୍ୱାଧିକାର କ୍ଷୁଣ୍ଣ ହୋଇଛି କି ନାହିଁ ତାହାର ତଦନ୍ତ ପାଇଁ ଆସନ୍ତାକାଲି ଅର୍ଥାତ ଶନିବାର ଗୃହ କମିଟି ବୈଠକ ବସିବ।

ଉଲ୍ଲେଖଯୋଗ୍ୟ ଯେ, ଆୟାର ମିତ୍ର ଦେଇଥିବା ମନ୍ତବ୍ୟ ଉପରେ ବିଧାନସଭାରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ୨ ଦିନ ଧରି ହଟ୍ଟଗୋଳ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶୁକ୍ରବାର ଦିନ ବାଚସ୍ପତି ପ୍ରଦୀପ ଅମାତ୍ ପ୍ରଶ୍ନକାଳ ବାତିଲ କରି ଅଭିଜିତ୍ ଆୟାର ମିତ୍ରଙ୍କ ଆପତ୍ତିଜନକ ଓ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାୟକମାନଙ୍କୁ ସୁଯୋଗ ଦେଇଥିଲେ।

Advertisment

ଏହାସହିତ ତାହା ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରୁଛି କି ନାହିଁ ତା’ର ଅନୁଧ୍ୟାନ ପାଇଁ ବାଚସ୍ପତି ପ୍ରଦୀପ ଅମାତ୍ ଶୁକ୍ରବାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାର ଏକ ଗୃହ କମିଟି ଗଠନ କରିଥିଲେ। ଏହି କମିଟିରେ ବିଧାୟକ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ କୁମାର ଦାସବର୍ମା ସଦସ୍ୟ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe