explosive
ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ମତୋ ଦକ୍ଷିଣ ସାହିରେ ଜଣଙ୍କ ଘରେ ବାଣ ବିସ୍ଫୋରଣ ଘଟି ଛାତ ଉଡ଼ିଗଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ପୂରା ଘର ମାଟି କାମୁଡ଼ି ପଡ଼ିଥିଲା। ଘରର କାନ୍ଥ ଇଟା ବିଭିନ୍ନ ଲୋକଙ୍କ ଘରେ ଛିଟିକି ଯାଇ ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସେପଟେ ବିସ୍ଫୋରଣ ଯୋଗୁ ଏହି ଘରେ ଥିବା ଜଣେ ବ୍ୟକ୍ତି ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ନାମ ବିଷ୍ଣୁ ମୋହନ। ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ଘରେ ଗଚ୍ଛିତ ଥିବା ବାଣ କୌଣସି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ବିଷ୍ଣୁମୋହନଜଣେବାଣବ୍ୟବସାୟୀଓବାଣକାରିଗର। ଘରେବାଣରଖିଥିବାଯୋଗୁଁକୌଣସିକାରଣରୁନିଆଁଲାଗିଏପରିବିସ୍ଫୋରଣହୋଇଥିବାସ୍ଥାନୀୟଲୋକେକହୁଥିବା ବେଳେଆଉକିଛିଗ୍ୟାସରୁନିଆଁଲାଗିଘଟଣାଘଟିଛିବୋଲିକହୁଛନ୍ତି।
ତେବେନିଆଁଲାଗିବାପରେ୧୦ରୁ୧୫ମିନିଟପର୍ଯ୍ୟନ୍ତଘରେଥିବାବାଣଫୁଟିବାକୁଲାଗିଥିଲା। ଘଟଣାସ୍ଥଳରେଚାନ୍ଦବାଲିଅଗ୍ନିଶମବାହିନୀପହଞ୍ଚିନିଆଁକୁଆୟତକରିଥିଲା। ସେପଟେ ଖବର ପାଇଚାନ୍ଦବାଲିଆଇଆଇସିଘଟଣାସ୍ଥଳରେପହଁଞ୍ଚିତଦନ୍ତଆରମ୍ଭକରିଛନ୍ତି। ସାଇଣ୍ଟିଫିକଟିମରତଦନ୍ତପରେ ବିସ୍ଫୋରଣର କାରଣସ୍ପଷ୍ଟହେବବୋଲି ଆଇଆଇସି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/explosive.jpg)