Advertisment

ଚେଙ୍ଗକୁ ଖୋଜି ପାଇଲେନି, ଶେଷରେ ଘର ଭାଙ୍ଗିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚେଙ୍ଗକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମାତ୍ର ତାକୁ ନପାଇ ତା’ ଘରକୁ ଭାଙ୍ଗି ଦେଇଛି। ଚେଙ୍ଗ ଓରଫ ରାଜେଶ ବେହେରାର ପୋଖରୀପୁଟ ସ୍ଥିତ ଘରକୁ ଭାଙ୍ଗି ଦେଇଛି ପୁଲିସ। ପୁଲିସ ତା’ ଘରେ ପଶି ଚଟାଣକୁ ଖୋଳି ପକାଇବା ସହିତ ଛାତରେ ପଡ଼ିଥିବା ଆଜବେଷ୍ଟସ୍‌କୁ ଭାଙ୍ଗି ଦେଇଛି। ଚେଙ୍ଗ ହେଉଛି ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ। ଏହି ସଦସ୍ୟ ରାଜଧାନୀରେ ଆତଙ୍କରାଜ ଚଳାଇଥିବା […]

ଚେଙ୍ଗକୁ ଖୋଜି ପାଇଲେନି, ଶେଷରେ ଘର ଭାଙ୍ଗିଲେ

Changa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚେଙ୍ଗକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମାତ୍ର ତାକୁ ନପାଇ ତା’ ଘରକୁ ଭାଙ୍ଗି ଦେଇଛି। ଚେଙ୍ଗ ଓରଫ ରାଜେଶ ବେହେରାର ପୋଖରୀପୁଟ ସ୍ଥିତ ଘରକୁ ଭାଙ୍ଗି ଦେଇଛି ପୁଲିସ। ପୁଲିସ ତା’ ଘରେ ପଶି ଚଟାଣକୁ ଖୋଳି ପକାଇବା ସହିତ ଛାତରେ ପଡ଼ିଥିବା ଆଜବେଷ୍ଟସ୍‌କୁ ଭାଙ୍ଗି ଦେଇଛି। ଚେଙ୍ଗ ହେଉଛି ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ। ଏହି ସଦସ୍ୟ ରାଜଧାନୀରେ ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଥିଲା। ଯେଉଁ ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହି ଭିଡିଓକୁ ଆଧାର କରି ପୁଲିସ ପୂର୍ବରୁ କେବିଏନ୍‌ ଗ୍ରୁପ୍‌ର ୫ ଜଣ ଓ ଆଜି ଆଉ ୨ ଜଣଙ୍କୁ ଗିରଫ କରିଛି। ଭାଇରାଲ୍‌ ହୋଇଥିବା ପ୍ରଥମ ଭିଡିଓକୁ ତର୍ଜମା କରି ପୁଲିସ ୨୯ ଜଣଙ୍କୁ ଖୋଜୁଛି।

Advertisment

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ୱର ସିଆରପି ଛକ ଆକ୍ରମଣ ଘଟଣାରେ ଏମାନେ ସାମିଲ ଅଛନ୍ତି। ସୋଶାଲ ମିଡିଆ ସହ ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରସାରଣ ପରେ କମିଶନରେଟ ପୁଲିସ ପଦକ୍ଷେପ ନେଇଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଗ୍ୟାଙ୍ଗର ୨୯ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ହୋଇଛି। ପୂର୍ବରୁ ୫ ଜଣ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ସେହି ଗ୍ରୁପ୍‌ର ଦ୍ୱିତୀୟ ଭିଡିଓ ହସ୍ତଗତ ହୋଇଛି। ତାକୁ ମଧ୍ୟ ତର୍ଜମା ଚାଲିଛି ବୋଲି ଡିସିପି କହିଛନ୍ତି

Advertisment

ଡିସିପି ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି କେବିଏନ୍‌ ଗ୍ରୁପ୍‌ର ଆକ୍ରମଣରେ ଶିକାର ହୋଇଛନ୍ତି, ତାହାହେଲେ ସେମାନେ ଚାହିଁଲେ ଅଭିଯୋଗ କରିପାରିବେ। ଦରକାର ପଡ଼ିଲେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି ଡିସିପି କହିଛନ୍ତି।

ସୂଚନାରୁ ପ୍ରକାଶ କିଛିଦିନ ତଳେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା, କିଛି ଯୁବକ ହାତରେ ବନ୍ଧୁକ ଓ ଖଣ୍ଡା ଧରି ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ କରୁଛନ୍ତି। ଧମକ ଚମକ ଦେଉଛନ୍ତି। ସେହି ଭିଡିଓ ଭାଇରାଲ୍‌ ହେବା ପରେ ରାଜଧାନୀରେ ଭୟର ବାତାବରଣ ଖେଳି ଯାଇଥିଲା। ଆଉ ପୁଲିସ ନିଷ୍କ୍ରିୟାତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe