Advertisment

‘ପୋଷ୍ଟ ଅଫିସକୁ ଘର ଭଡ଼ା ଦେଇ ଭୁଲ୍‌ କଲି, ୮ ମାସ ହେଲା ଟଙ୍କାଟେ ପାଇନି’

ମୋହନା(ମିହିର ଜତି): ପୋଷ୍ଟ ଅଫିସ୍‌ ପାଇଁ ଘର ଭଡ଼ା ଦେଇ ହରଡ଼ ଘଣାରେ ପଡ଼ିଲେ ଘର ମାଲିକ। ୮ ମାସ ହେଲା ଟଙ୍କାଟେ ବି ଭଡ଼ା ପାଇ ନାହାନ୍ତି।  ଶେଷରେ ଆଜି ସକାଳୁ ପୋଷ୍ଟ ଅଫିସ୍‌ରେ ତାଲା ପକାଇ ବସିଛନ୍ତି ଘର ମାଲିକ। ଟଙ୍କା ଦେଲେ ଘର ଖୋଲିବ, ନଚେତ ନିଜ ବ୍ୟବସ୍ଥା ନିଜେ କର ବୋଲି ଖୋଲାଖୋଲି ଶୁଣାଇ ଦେଇଛନ୍ତି ଘର ମାଲିକ। ଏପରି ଅଭାବନୀୟ ପରିସ୍ଥିତି ଆଜି ଗଜପତି ଜିଲ୍ଲା ମୋହନାସ୍ଥିତ ପୋଷ୍ଟ ଅଫିସ […]

ଅଦ୍ୟତନ ହୋଇଛି
‘ପୋଷ୍ଟ ଅଫିସକୁ ଘର ଭଡ଼ା ଦେଇ ଭୁଲ୍‌ କଲି, ୮ ମାସ ହେଲା ଟଙ୍କାଟେ ପାଇନି’

post-office

Advertisment

ମୋହନା(ମିହିର ଜତି): ପୋଷ୍ଟ ଅଫିସ୍‌ ପାଇଁ ଘର ଭଡ଼ା ଦେଇ ହରଡ଼ ଘଣାରେ ପଡ଼ିଲେ ଘର ମାଲିକ। ୮ ମାସ ହେଲା ଟଙ୍କାଟେ ବି ଭଡ଼ା ପାଇ ନାହାନ୍ତି।  ଶେଷରେ ଆଜି ସକାଳୁ ପୋଷ୍ଟ ଅଫିସ୍‌ରେ ତାଲା ପକାଇ ବସିଛନ୍ତି ଘର ମାଲିକ। ଟଙ୍କା ଦେଲେ ଘର ଖୋଲିବ, ନଚେତ ନିଜ ବ୍ୟବସ୍ଥା ନିଜେ କର ବୋଲି ଖୋଲାଖୋଲି ଶୁଣାଇ ଦେଇଛନ୍ତି ଘର ମାଲିକ। ଏପରି ଅଭାବନୀୟ ପରିସ୍ଥିତି ଆଜି ଗଜପତିଜିଲ୍ଲା ମୋହନାସ୍ଥିତ ପୋଷ୍ଟ ଅଫିସ ସମ୍ମୁଖରେ ଘଟିଛି।

Advertisment

ସ୍ଥାନୀୟ ରମା ମଲ୍ଲିକଙ୍କ ଘରେ ଭଡାରେ ମୋହନାସ୍ଥିତ ପୋଷ୍ଟ ଅଫିସ ଚାଲିଛି। ମାତ୍ର ଘର ଭଡ଼ା ବାବଦକୁ ଗତ ୮ ମାସ ହେଲା  ଟଙ୍କାଟେ ବି ପାଇ ନାହାନ୍ତି  ରମା ମଲ୍ଲିକ । ଏନେଇ ବାରମ୍ବାର ପୋଷ୍ଟ ଅଫିସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ଭଡା ନ ମିଳିବାରୁ ବାଧ୍ୟ ହୋଇ ଘର ମାଲିକ ପୋଷ୍ଟ ଅଫିସ୍‌ରେ ତାଲା ପକାଇ ଦେଇଛନ୍ତି ।

ଏନେଇ ଘର ମାଲିକ କହିଛନ୍ତି, ୮ ମାସ ପୂରି ୯ ମାସ ଚାଲିଛି। ଟଙ୍କାଟେ ବି ପାଇ ନାହିଁ। ପାରଳାଖେମୁଣ୍ଡି ଇନ୍ସପେକ୍ଟରଙ୍କୁ କହିବାରୁ ଆଜି ଦେବୁ, କାଲି ଦେବୁ କହୁଛନ୍ତି। ପଇସା ନ ଦେଲେ ଘର ଛାଡ଼ି ଦିଅନ୍ତୁ। ଆଉ କାହାକୁ ଦେଲେ ଲକ୍ଷେ ଟଙ୍କା ଆଡଭାନ୍ସ ପାଇବି। ଟଙ୍କା ସବୁ ମିଳିଲେ ତାଲା ଖୋଲି ଦେବି।

Advertisment

ଏନେଇ ପୋଷ୍ଟ ମାଷ୍ଟର କହିଛନ୍ତି, ଘର ଭଡା ପାଇଁ ଘର ମାଲିକ ଆବଶ୍ୟକୀୟ କାଗଜ ପତ୍ର ନ ଦେବାରୁ ଘର ଭଡା ମଞ୍ଜୁର ହୋଇନାହିଁ  । ଉଚ୍ଚ ଅଧିକାରୀ ଯାହା ନିଷ୍ପତ୍ତି ନେବେ।

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe