Advertisment

ରଣକ୍ଷେତ୍ର ପାଲଟିଲା ଏମ୍‌କେସିଜି; ହାଉସ୍‌ ସର୍ଜନ ଓ ନର୍ସ ମାରପିଟ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ରଣକ୍ଷେତ୍ର ପାଲଟିଲା ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌। ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାତାହାତି ହେଲେ ହାଉସ୍‌ ସର୍ଜନ ଡାକ୍ତର ଓ ନର୍ସ। ଠେଲାପେଲା ଓ ଟଣାଓଟରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କାର୍ଯ୍ୟବନ୍ଦ ଯୋଗୁ ରୋଗୀ ସେବା ବ୍ୟାହତ ହୋଇଥିବା ଆଲୋଚନା ହେଉଛି। ଗୁରୁବାର ରାତିରେ ଏମ୍‌କେସିଜି ମେଡ଼ିକାଲ୍‌ର କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ୍‌ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ […]

ଅଦ୍ୟତନ ହୋଇଛି
ରଣକ୍ଷେତ୍ର ପାଲଟିଲା ଏମ୍‌କେସିଜି; ହାଉସ୍‌ ସର୍ଜନ ଓ ନର୍ସ ମାରପିଟ

MKCG

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ): ରଣକ୍ଷେତ୍ର ପାଲଟିଲା ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌। ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାତାହାତି ହେଲେ ହାଉସ୍‌ ସର୍ଜନ ଡାକ୍ତର ଓ ନର୍ସ। ଠେଲାପେଲା ଓ ଟଣାଓଟରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କାର୍ଯ୍ୟବନ୍ଦ ଯୋଗୁ ରୋଗୀ ସେବା ବ୍ୟାହତ ହୋଇଥିବା ଆଲୋଚନା ହେଉଛି।

Advertisment

ଗୁରୁବାର ରାତିରେ ଏମ୍‌କେସିଜି ମେଡ଼ିକାଲ୍‌ର କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ୍‌ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର୍ଯ୍ୟରତ ନର୍ସମାନେ ଶର୍କରା ପରୀକ୍ଷା କରିନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ହାଉସ୍‌ ସର୍ଜନ ଡାକ୍ତର ଓ ନର୍ସମାନେ ପୃଥକ୍‌ ପୃଥକ୍‌ ଭାବେ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ।

ହେଲେ ଅଭିଯୋଗ କରିବା ପୂର୍ବରୁ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍‌ ଆଗରେ ଉଭୟ ମୁହାଁମୁହିଁ ହୋଇଥିଲେ। କେହି କାହାକୁ ଛାଡ଼ିବା ମୁଡ୍‌ରେ ନଥିଲେ। ଉଭୟଙ୍କ ଭିତରେ ଠେଲାପେଲା ଓ ଟଣା ଓଟରା ହୋଇଥିଲା। ଏକ ପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍‌ ସମ୍ମୁଖ। ଏଥିରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ଖବର ପାଇ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍‌ରେ ପହଞ୍ଚିଛି ବୈଦ୍ୟନାଥପୁର ଥାନା ପୁଲିସ୍‌। ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ଶୁଣିବା ମୁଡ୍‌ରେ ନଥିଲେ। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।

ଗଣ୍ଡଗୋଳ ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe