Advertisment

ଓଡ଼ିଆ ଶିଖି ନଥିବା ବ୍ୟକ୍ତି ଏକନମ୍ବର ହେଲେ କେମିତି : ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ପୂର୍ବରୁ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅଫିସରଙ୍କୁ ସମାଲୋଚନା କରୁଥିବା ଡାକ୍ତର ରାଉତ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଉପରେ ଆଜି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ୨୦ବର୍ଷ ହେଲା ଓଡ଼ିଆ କହି ଆସୁନି । କାକିନାଡ଼ାରୁ ଆସି ରିକ୍ସା ବାଲା ଏଠି ୪ମାସ […]

ଅଦ୍ୟତନ ହୋଇଛି
ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଦାମ ବାଣ: କ’ଣ କହିଲେ ଭିଡିଓରେ ଦେଖନ୍ତୁ

dama

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ପୂର୍ବରୁ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅଫିସରଙ୍କୁ ସମାଲୋଚନା କରୁଥିବା ଡାକ୍ତର ରାଉତ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଉପରେ ଆଜି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

Advertisment

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ୨୦ବର୍ଷ ହେଲା ଓଡ଼ିଆ କହି ଆସୁନି । କାକିନାଡ଼ାରୁ ଆସି ରିକ୍ସା ବାଲା ଏଠି ୪ମାସ ପରେ ଖଣ୍ଡି ଓଡ଼ିଆରେ କଥା କହୁଛନ୍ତି। ମାତ୍ର ନବୀନବାବୁ ଓଡ଼ିଶାର ହୋଇ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଆ ଶିଖିନାହାନ୍ତି। ସେ ଏକ ନମ୍ବର ହେଲେ କେମିତି? ଇଂରାଜୀରେ ଲେଖା ଓଡ଼ିଆ ପଢ଼ି ନବୀନବାବୁ ଭାଷଣ ଦେଉଛନ୍ତି।ଏହାଠୁ ଲଜ୍ଜା ଆଉ କିଛି ନାହିଁ। ବିଜୁବାବୁଙ୍କ ପୁଅ ହୋଇ କିଭଳି ଓଡ଼ିଆ କହିପାରୁନାହାନ୍ତି ବୋଲି ଡାକ୍ତର ରାଉତ ଓଲଟା ପ୍ରଶ୍ନ କରିଛନ୍ତି।

ସାମ୍ବାଦିକମାନଙ୍କୁ ଆହୁରି ପ୍ରତିକ୍ରିୟା ଦେଇ ଡା. ରାଉତ କହିଛନ୍ତି ଯେ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ହୁଏତ ରାଜଧାନୀବାସୀ ଖୁସି ହେବେ। କିନ୍ତୁ ସାଧାରଣ ଲୋକଙ୍କ ଜୀବନ ତଳିତଳାନ୍ତ ହେବାରେ ଲାଗିଛି ।

Advertisment

ସେହିପରି କୃଷିକର୍ମଣ ପୁରସ୍କାର ପାଇବାର ଗୁମର ଖୋଲି ପୂର୍ବତନ କୃଷି ମନ୍ତ୍ରୀ ଡାକ୍ତର ରାଉତ କହିଛନ୍ତି ଯେ ପରିସଂଖ୍ୟାନକୁ ଏପଟସେପଟ କରି ରାଜ୍ୟ ସରକାର କୃଷିକର୍ମଣ ପୁରସ୍କାର ପାଉଛନ୍ତି।ଏଠି ସାର ନାଁରେ ମାଟି ବିକ୍ରି କରି ଦୁର୍ନୀତି ହେଉଛି। କୃଷି ଯନ୍ତ୍ରପାତି କିଣା ନାଁରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଉଛି।

ସୂଚନାଯୋଗ୍ୟ, ପୂର୍ବରୁ ତୃତୀୟ ମହଲାର ଅଣଓଡ଼ିଆ ଅଧିକାରୀ ଓ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଥିବା ଡାକ୍ତର ରାଉତ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ନେଇ ବିଜେଡି ଶିବିର ସରଗରମ ହୋଇପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe