Advertisment

ଠାରରେ ଠାରରେ କହିଲେ କେମିତି ହୋଇଥିଲା ଇସ୍କ...

ସୋର (ଶଶୀକାନ୍ତ ବେହେରା): କଥା ହୋଇପାରୁ ନାହାନ୍ତି କି ଶୁଣି ପାରୁନାହାନ୍ତି। କିନ୍ତୁ ନିଜ ମନର ମାନସୀଙ୍କୁ ପ୍ରପୋଜ ମାରିଥିଲେ ନିଆ ଢ଼ଙ୍ଗରେ। ଠରା ଠରି ପରେ ମୋବାଇଲ୍‌ରେ ଉଭୟ କରିଥିଲେ ଚାଟିଂ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଏମିତି ଏକ ନିଆରା ପ୍ରେମ ବିବାହ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ହୋଇଛି। ବାହାନଗା ବ୍ଲକ୍‌ ଅସିମିଳା ଗାଁର ପତିତପାବନ ଜନ୍ମରୁ ମୁକ ଓ ବଧିର। ଭୁବନେଶ୍ୱର ଏକ ମୁକ ବଧିର […]

author-image
Manoranjan Sial
ଅଦ୍ୟତନ ହୋଇଛି
ଠାରରେ ଠାରରେ କହିଲେ କେମିତି ହୋଇଥିଲା ଇସ୍କ...

soro

ସୋର (ଶଶୀକାନ୍ତ ବେହେରା): କଥା ହୋଇପାରୁ ନାହାନ୍ତି କି ଶୁଣି ପାରୁନାହାନ୍ତି। କିନ୍ତୁ ନିଜ ମନର ମାନସୀଙ୍କୁ ପ୍ରପୋଜ ମାରିଥିଲେ ନିଆ ଢ଼ଙ୍ଗରେ। ଠରା ଠରି ପରେ ମୋବାଇଲ୍‌ରେ ଉଭୟ କରିଥିଲେ ଚାଟିଂ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଏମିତି ଏକ ନିଆରା ପ୍ରେମ ବିବାହ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ହୋଇଛି।

Advertisment

ବାହାନଗା ବ୍ଲକ୍‌ ଅସିମିଳା ଗାଁର ପତିତପାବନ ଜନ୍ମରୁ ମୁକ ଓ ବଧିର। ଭୁବନେଶ୍ୱର ଏକ ମୁକ ବଧିର ବିଦ୍ୟାଳୟରେ +୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ପତିତପାବନ କଥା ସିନା ହୋଇପାରୁ ନାହାନ୍ତି, କିନ୍ତୁ ପଥର ଓ ଲୁହକୁ ଜୀବନ୍ତ କରିପାରନ୍ତି। ମନର ଭାଷାକୁ ଅତି ନିଖୁଣ ଭାବେ ନିହାଣ ମୁନରେ ଆଙ୍କି ପାରନ୍ତି। ରାଜଧାନୀର ଏହି କଂକ୍ରିଟ୍‌ ଜଙ୍ଗଲରେ ସେ ତାଙ୍କ ମନର ମାନସୀଙ୍କୁ ପାଇଛନ୍ତି। ସେ ହେଉଛନ୍ତି ସୋର ଥାନା ମାଖନପୁର ଅଞ୍ଚଳର ଦୈତାରି ନାୟକଙ୍କ ଝିଅ ସସ୍ମିତା। ସେ ମଧ୍ୟ ଜଣେ ଦିବ୍ୟାଙ୍ଗ। ନା ସେ କଥା ହୋଇପାରୁଛନ୍ତି ନା ଶୁଣିପାରୁଛନ୍ତି। କିନ୍ତୁ ସେମାନଙ୍କ ଭାଷାରେ ଉଭୟ ଉଭୟଙ୍କୁ ଭଲ ପାଇଥିଲେ।

publive-imageପ୍ରଥମ ଦେଖାରେ ଉଭୟ ପରସ୍ପରଠାରୁ ମୋବାଇଲ୍‌ ନମ୍ବର ନେଇଥିଲେ। ତା’ପରେ ମେସେଜରେ ଚାଟିଂ କଲେ, ପରେ ଭିଡିଓ କଲିଂ କରି ମନର ଭାବକୁ ପ୍ରକାଶ କରିଥିଲେ। ଦୁହେଁ ପରସ୍ପରକୁ ଭଲ ଭାବେ ଚିହ୍ନିବା ପରେ ପରିବାର ଲୋକଙ୍କୁ ବାହାଘର ପାଇଁ ପ୍ରସ୍ତାବ ଦେଇଥିଲେ। ତା’ପରେ ଉଭୟଙ୍କ ପରିବାର ବିବାହ ପାଇଁ କଥା ଆଗକୁ ବଢ଼ାଇ ଥିଲେ।

Advertisment

ରବିବାର ପତିତପାବନ ଓ ସସ୍ମିତାଙ୍କ ବିବାହ ସୋର କୁଶଳେଶ୍ୱର ମନ୍ଦିରରେ ମହାଆଡ଼ମ୍ୱରରେ ସମ୍ପନ୍ନ ହୋଇଛି।  ଏଥିରେ ୧୦୦ରୁ ଅଧିକ ବରଯାତ୍ରୀ ସାମିଲ୍ ହୋଇଥିଲେ। ଭୋଜିର ଆୟୋଜନ ହୋଇଥିଲା। ନିଜ ବିବାହକୁ ନେଇ ପତିତପାବନ ଓ ସସ୍ମିତା ବହୁତ ଖୁସି ଅଛନ୍ତି। ଉଭୟ ପରିବାର, ଗ୍ରାମବାସୀ ଓ କେତେକ ସ୍ଵେଚ୍ଛାସେବୀଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।