Advertisment

ସିକନ୍ଦ୍ରାବାଦରେ କେମିତି ଅଛନ୍ତି ତାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଜୟପୁର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତି ଗତ କିଛି ଦିନ ପୂର୍ବେ କୋରୋନା ସଂକ୍ରମିତ ହୋଇ ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିଲେ। କିନ୍ତୁ ମଧୁମେହ ଓ ପୋଷ୍ଟ କୋଭିଡ ଜଟିଳତା ପାଇଁ ପୁଣିଥରେ ଅସୁସ୍ଥ ହୋଇପଡିଥିଲେ ବାହିନୀପତି । ତେବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନଆସିବାରୁ ଅସୁସ୍ଥ ଅନୁଭବ କରିବାରୁ ଗତ ୧୨ ଦିନ ଧରି ସିକନ୍ଦରାବାଦ ସ୍ଥିତ କିମ୍ସ […]

ଅଦ୍ୟତନ ହୋଇଛି
ସିକନ୍ଦ୍ରାବାଦରେ କେମିତି ଅଛନ୍ତି ତାରା

670-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଜୟପୁର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତି ଗତ କିଛି ଦିନ ପୂର୍ବେ କୋରୋନା ସଂକ୍ରମିତ ହୋଇ ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିଲେ। କିନ୍ତୁ ମଧୁମେହ ଓ ପୋଷ୍ଟ କୋଭିଡ ଜଟିଳତା ପାଇଁ ପୁଣିଥରେ ଅସୁସ୍ଥ ହୋଇପଡିଥିଲେ ବାହିନୀପତି । ତେବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନଆସିବାରୁ ଅସୁସ୍ଥ ଅନୁଭବ କରିବାରୁ ଗତ ୧୨ ଦିନ ଧରି ସିକନ୍ଦରାବାଦ ସ୍ଥିତ କିମ୍ସ ହସ୍ପିଟାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

Advertisment

ଶ୍ରୀ ବାହିନୀପତି ହିସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ରରାଜୁ ଭେଟି ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ ।

ଏହି ଅବସରରେ ଉକ୍ତ କିମ୍ସ ହିସ୍ପିଟାଲରେ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଝଥିବା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କୁ ମଧ୍ୟ ଭେଟି ଆସୁ ଆରୋଗ୍ୟ କାମନା କରିଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଉଭୟ ଶ୍ରୀଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ।ଖୁବଶୀଘ୍ର ଜୟପୁର ବିଧାୟକ ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁସ୍ଥ ହୋଇ ଓଡିଶା ଫେରିବେ ବୋଲି ଆଶା କରିଛନ୍ତି  ଶ୍ରୀଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ।

Advertisment
Pradesh Congress Committee Tara Prasad Bahinipati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe