Advertisment

୨୦୧୯-୨୦ରେ ବିଜେଡି କେତେ ରାଜନୀତିକ ଚାନ୍ଦା ପାଇଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ତୃତୀୟ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ (ବିଜେଡି) ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ରାଜନୀତିକ ଚାନ୍ଦା ପାଇଛି। ଏହି ତାଲିକାରେ ଏଆଇଡିଏମକେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଡିଏମକେ ରହିଛି। ଓଡ଼ିଶାରେ ବିଜେପି ଏବଂ କଂଗ୍ରେସ ଭଳି ଜାତୀୟ ରାଜନୀତିକ ଦଳ ରହିଥିଲେ ମଧ୍ୟ ବିଜେଡି ସର୍ବାଧିକ ରାଜନୀତିକ ଚାନ୍ଦା ପାଇଥିବା ସୂଚନା ରହିଛି। ଜାତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ଦାଖଲ ହୋଇଥିବା ଆଇଟି ରିଟର୍ଣ୍ଣ […]

ଅଦ୍ୟତନ ହୋଇଛି
୨୦୧୯-୨୦ରେ ବିଜେଡି କେତେ ରାଜନୀତିକ ଚାନ୍ଦା ପାଇଛି?

bjd

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ତୃତୀୟ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ (ବିଜେଡି) ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ରାଜନୀତିକ ଚାନ୍ଦା ପାଇଛି। ଏହି ତାଲିକାରେ ଏଆଇଡିଏମକେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଡିଏମକେ ରହିଛି। ଓଡ଼ିଶାରେ ବିଜେପି ଏବଂ କଂଗ୍ରେସ ଭଳି ଜାତୀୟ ରାଜନୀତିକ ଦଳ ରହିଥିଲେ ମଧ୍ୟ ବିଜେଡି ସର୍ବାଧିକ ରାଜନୀତିକ ଚାନ୍ଦା ପାଇଥିବା ସୂଚନା ରହିଛି।

Advertisment

ଜାତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ଦାଖଲ ହୋଇଥିବା ଆଇଟି ରିଟର୍ଣ୍ଣ ମୁତାବକ, ବିଜେଡି ୨୮ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛି। ଏନସିପି, ବିଏସପି ସମେତ ମୋଟ୍ ୧୦ଟି ଦଳ ୨୦୧୯-୨୦ରେ ଆଇଟି ରିଟର୍ଣ୍ଣ ଦାଖଲ କରିଛନ୍ତି। ବିଜେଡି ପାଇଥିବା ୨୮ କୋଟି ଟଙ୍କା ମଧ୍ୟରୁ ଟାଟାର ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ (ପିଇଟି) ୮୬ ପ୍ରତିଶତ ଦେଇଥିବା ବେଳେ ଆଇଟିସି ଗ୍ରୁପ ୧୪ ପ୍ରତିଶତ ଚାନ୍ଦା ଦେଇଥିବା ଜଣାପଡ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବିଜେଡି ୨୯ କୋଟି ୩୧ ଲକ୍ଷ ଟଙ୍କା ଚାନ୍ଦା ପାଇଥିଲା।

ଓଡ଼ିଶା ଟିଭି ଡଟ୍ ଇନରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ଏଆଇଡିଏମକେ ସର୍ବାଧିକ ୫୨ କୋଟି ଚାନ୍ଦା ପାଇଥିବା ବେଳେ ଡିଏମକେ ୪୮.୩୧ କୋଟି, ବିଜେଡି ୨୮.୨ କୋଟି, ଓ୍ୱାଇଏସଆର କଂଗ୍ରେସ ୮.୯ କୋଟି, ଜେଡିୟୁ ୬.୦୮ କୋଟି, ଶିରୋମଣୀ ଅକାଳୀ ଦଳ ୪.୧ କୋଟି, ତେଲଗୁ ଦେଶମ ପାର୍ଟି ୨.୬ କୋଟି, ଗୋଆ ଫରଓ୍ୱାର୍ଡ ପାର୍ଟି ୩୩ ଲକ୍ଷ ଟଙ୍କା ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe