Advertisment

ଷ୍ଟେଟ୍ କଣ୍ଟିଜେନ୍ସି ଫଣ୍ଡରେ କେତେ ଟଙ୍କା ଅଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟ କଣ୍ଟିଜେନ୍ସି ଫଣ୍ଡରେ ରହିଛି ୧୯୫୮,୭୧,୫୦,୦୦୦ ଟଙ୍କା। ଅର୍ଥ ବିଭାଗ ପିଆଇଓ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ଆରଟିଆଇ ମାଧ୍ୟମରେ ଷ୍ଟେଟ୍ କଣ୍ଟିଜେନ୍ସି ଫଣ୍ଡରେ ଏବେ କେତେ ଟଙ୍କା ଅଛି ଜାଣିବାକୁ ଚାହିଁଥିଲେ, ଯାହାର ଉତ୍ତରରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ସ୍ପଷ୍ଟ କରାଯାଇଛି। ତେବେ ଏହି କଣ୍ଟିଜେନ୍ସି ଫଣ୍ଡରୁ ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ସରକାର କିଛି ଟଙ୍କା ବ୍ୟବହାର କରିଛନ୍ତି କି ବୋଲି […]

ଅଦ୍ୟତନ ହୋଇଛି
ଷ୍ଟେଟ୍ କଣ୍ଟିଜେନ୍ସି ଫଣ୍ଡରେ କେତେ ଟଙ୍କା ଅଛି?

rti

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟ କଣ୍ଟିଜେନ୍ସି ଫଣ୍ଡରେ ରହିଛି ୧୯୫୮,୭୧,୫୦,୦୦୦ ଟଙ୍କା। ଅର୍ଥ ବିଭାଗ ପିଆଇଓ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ଆରଟିଆଇ ମାଧ୍ୟମରେ ଷ୍ଟେଟ୍ କଣ୍ଟିଜେନ୍ସି ଫଣ୍ଡରେ ଏବେ କେତେ ଟଙ୍କା ଅଛି ଜାଣିବାକୁ ଚାହିଁଥିଲେ, ଯାହାର ଉତ୍ତରରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ସ୍ପଷ୍ଟ କରାଯାଇଛି।

Advertisment

ତେବେ ଏହି କଣ୍ଟିଜେନ୍ସି ଫଣ୍ଡରୁ ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ସରକାର କିଛି ଟଙ୍କା ବ୍ୟବହାର କରିଛନ୍ତି କି ବୋଲି ମଧ୍ୟ ପ୍ରଧାନ ଆରଟିଆଇ ମାଧ୍ୟମରେ ଅର୍ଥ ବିଭାଗକୁ ପ୍ରଶ୍ନ କରିଥିଲେ। ଏହାର ତଥ୍ୟ ଦେଇ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା ସରକାର କୋଭିଡ୍ ପରିଚାଳନା ଲାଗି ଷ୍ଟେଟ୍ କଣ୍ଟିଜେନ୍ସି ଫଣ୍ଡରୁ ଆଦୌ ଟଙ୍କା ନେଇ ନାହାନ୍ତି।

ସେହିଭଳି ପ୍ରଧାନ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନକୁ ଆରଟିଆଇ ମାଧ୍ୟମରେ ରାଜ୍ୟରେ କୋଭିଡ୍ ପରିଚାଳନା ଲାଗି ପିପିଇ କିଟ୍, ଭେଣ୍ଟିଲେଟର, ମାସ୍କ ଆଦି କିଣା ବାବଦରେ ବିସ୍ତୃତ ତଥ୍ୟ ମାଗିଥିଲେ। ଏନେଇ ପରଚେଜିଂ କମିଟିର ପ୍ରୋସିଡିଂ କପି, ପରଚେଜିଂ ଆଇଟମ୍ ବାବଦ ଅର୍ଥ କିଭଳି ନେଣଦେଣ ହୋଇଥାଏ ଏବଂ ପର୍ଚେଜିଂ ଅର୍ଡର କପି ପ୍ରଧାନ ଆରଟିଆଇ ମାଧ୍ୟମରେ ମାଗିଥିଲେ। ହେଲେ ଗତ ତିନି ମାସ ହେଲା ଏନେଇ କର୍ପୋରେସନ କୌଣସି ତଥ୍ୟ ଦେଉ ନାହିଁ।

Advertisment

RTI

ବର୍ତ୍ତମାନ କୋଭିଡ୍ ଯୋଗୁ ଜରୁରୀକାଳୀନ ପରିସ୍ଥିତି ଲାଗି ରହିଥିବାରୁ ଅଧିକ ସମୟ ଅବଧି ମାଗି ପ୍ରତିମାସରେ କର୍ପୋରେସନ ପକ୍ଷରୁ ପ୍ରଧାନଙ୍କୁ ଏକ ଚିଠି ମିଳୁଛି। ଏବେ ସମସ୍ତେ କୋଭିଡ୍ ପରିଚାଳନାରେ ବ୍ୟସ୍ତ ଏଣୁ ଆଉ ୩୦ ଦିନ ସମୟ ଆବଶ୍ୟକ ବୋଲି କର୍ପୋରେସନ ମହଲତ ମାଗିଛି। ତେବେ ପ୍ରଧାନଙ୍କୁ ଏନେଇ କୌଣସି ତଥ୍ୟ ମିଳି ନ ଥିବା ବେଳେ ମହଲତ ଚିଠି କିନ୍ତୁ ଦୁଇ ଦୁଇଥର ମିଳିଲାଣି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୪.୫.୨୦୨୦ରେ ପ୍ରଦୀପ ପ୍ରଧାନ କୋଭିଟ୍ କିଟ୍ ବାବାଦ ତଥ୍ୟ ଜାଣିବାକୁ ଆରଟିଆଇରେ ଆବେଦନ କରିଥିଲେ, ଯାହା ୧୦.୬.୨୦୨୦ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗଠାରୁ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ ହସ୍ତଗତ ହୋଇଥିଲା।

RTI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe